ଓଡ଼ିଆ ନ୍ୟୁଜ୍: ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡ଼ି ମୃତ।କୋଲାବ ଜଳ ଭଣ୍ଡାରରେ ବୁଡ଼ି ଯାଇ ମୃତ। ସମସ୍ତେ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର। ଦଶମ ପରୀକ୍ଷା ଦେଇ ସାରିଥିଲେ, କାହିଁକି ଜଳଭଣ୍ଡାରକୁ ଯାଇଥିଲେ ଅସ୍ପଷ୍ଟ।ସୂଚନା ଅନୁଯାୟୀ, ତିନି ଦଶମ ଶ୍ରେଣୀ ଛାତ୍ର ଆଜି ଅପରାହ୍ନ ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇଥିଲେ।
ହେଲେ ପହଁରା ଜାଣି ନ ଥିବା କାରଣରୁ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ତିନି ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି।