ଓଡ଼ିଆ ନ୍ୟୁଜ୍:ଅପରେସନ ମହାଦେବ; ୩ ଆତଙ୍କବାଦୀ ନିପାତ।ଶ୍ରୀନଗର ହରୱାନ ଦଚିଗାମ ନ୍ୟାସନାଲ ପାର୍କ ଅଞ୍ଚଳରେ ନିପାତ।ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରିଭାରତୀୟ ସେନା ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ସୋମବାର ଜମ୍ମୁ ଏବଂ କଶ୍ମୀରର ଶ୍ରୀନଗରରେ ସେନା ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଅପରେଶନ ମହାଦେବ ନାମ ଦିଆଯାଇଥିଲା। ସେନାର ଚିନାର କର୍ପସ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଶେୟାର କରିଛି।
ପହଲଗାମରେ ଆକ୍ରମଣ ପରେ, ଭାରତୀୟ ସେନା ଏପର୍ଯ୍ୟନ୍ତ ଅନେକ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିଛି। ସେନା କହିଛି ଯେ, ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଚାଲିଥିଲା। ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସମ୍ଭାବନା ଥିଲା। ଏହି ସମ୍ପର୍କରେ ସେନା ‘ଅପରେସନ ମହାଦେବ’ ଚଳାଇଥିଲା। ନିହତ ଆତଙ୍କବାଦୀମାନେ ପହଲଗାମ ଆକ୍ରମଣ ସହିତ ଜଡିତ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ।