୩୮ ଦିନକୁ କମିଲା ଅମରନାଥ ଯାତ୍ରା

0

ଓଡ଼ିଆ ନ୍ୟୁଜ୍: ଅମରନାଥ ଯାତ୍ରା ୩୮ ଦିନକୁ କମିଲା।୩ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୯ରେ ସରିବ ଆମରନାଥ ଯାତ୍ରା।୩ ଜୁଲାଇରୁ ଆରମ୍ଭ ହୋଇ ୩୮ ଦିନ ଧରି ଚାଲିବ ଯାତ୍ରା।ପହଲଗାମ ଆକ୍ରମଣକୁ ଦୃଷ୍ଟିରେ ରଖି ବଢ଼ାଗଲା ସୁରକ୍ଷା।୫୮୧ କମ୍ପାନୀ CAPFs ସୁରକ୍ଷା ଦାୟିତ୍ବରେ ରହିବ।ଗତବର୍ଷ ୫୨ ଦିନ ଚାଲିଥିଲା ଅମରନାଥ ଯାତ୍ରା।

ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରି ଦିଆଯାଇଛି। ଜମ୍ମୁ ଏବଂ କଶ୍ମୀର ପୋଲିସ କର୍ମଚାରୀଙ୍କ ସହିତ ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ(CAPF)ର ମୋଟ ୫୮୧ କମ୍ପାନୀ ଫୋର୍ସ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ। ଗତବର୍ଷ ୫୨ ଦିନ ଅମରନାଥ ଯାତ୍ରା ଚାଲିଥିବା ବେଳେ ଚିଳତ ବର୍ଷ ୩୮ଦିନକୁ କମାଇ ଦିଆଯାଇଛି।

Leave A Reply

Your email address will not be published.