ଦନ୍ତା ଆକ୍ରମଣରେ ୩ମୃତ

0

ଓହିଆ ନ୍ୟୁଜ୍ (ବ୍ୟୁରୋ) : ହାତୀ ଆକ୍ରମଣରେ ଅତିଷ୍ଠ ହେଲେଣି ଅନୁଗୁଳ ବାସିନ୍ଦା । ସବୁବେଳେ ହାତୀ ଗାଁ’ରେ ପଶି ବିପୁଳ ଧନ ସଂପତ୍ତି ନଷ୍ଟ କରୁଛି । ଆଜି ଗାଁ’ରେ ହାତୀ ଆକ୍ରମଣ କରିଛି। ଶୌଚ ପାଇଁ ଯାଇଥିବା ବେଳେ ୩ଜଣଙ୍କୁ ଦଳି ମାରିଲା ହାତୀ । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ୨ଜଣ ମହିଳା । ମୃତ୍ୟୁ ନେଇ ପାତେଳି ଗାଁରେ ଉତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଅନୁଗୁଳ- ବନ୍ତଳା ରାସ୍ତା ଅବରୋଧ କରି ପୋଡ଼ାଜଳା କରିବା ସହ ଧାରଣାରେ ବସିଛନ୍ତି ସ୍ଥାନୀୟ ଲୋକ। ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ୨ଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିବା ବେଳେ ଆଜି ୩ଜଣଙ୍କୁ ଦଳି ମାରିଲା ହାତୀ ।

ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ପାତେଳି ଗାଁରେ। ମୃତକ ଦ୍ୱୟ ହେଲେ ଶଙ୍କର ବିଶ୍ୱାଳ ଓ ଝିଲି ମାଝୀ। ଆଜି ସକାଳେ ଶଙ୍କର ଓ ଝିଲି କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ସେମାନଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀ ଏନେଇ ବନ ବିଭାଗକୁ ଜଣାଇଥିଲେ। ହେଲେ ବନ ବିଭାଗ ଅଧିକାରୀ କେହି ଘଟଣାସ୍ଥଳରେ ଏପର୍ୟ୍ୟନ୍ତ ପହଞ୍ଚି ନାହାନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତ୍ୟକ୍ତ ଲୋକେ ଅନୁଗୁଳ-ବନ୍ତଳା ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଉଭୟ ପଟରେ ଗାଡ଼ିମଟର ଅଟକି ରହିଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ହାତୀପଲ ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ହେଲେ ବନ ବିଭାଗ ଏନେଇ କୌଣସି ସଚେତନା ମୂଳକ ପଦକ୍ଷେପ ନେଉ ନାହିଁ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.