ବିଦା ହେଲେ ୪ ନକଲି ଶିକ୍ଷକ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ପଡିଲା ମହଙ୍ଗା । ନକଲି ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ନେଇଛି। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ନକଲି ସାର୍ଟିଫିକେଟ୍‌ ଦେଇ ହାଇସ୍କୁଲରେ ଚାକିରି କରୁଥିବା ୪ ଜଣ ଶିକ୍ଷକ ବହିଷ୍କୃତ ହୋଇଛନ୍ତି। ବହିଷ୍କୃତ ଶିକ୍ଷକମାନେ ହେଲେ ଗଣ୍ଡପତ୍ରାପାଲିର ସଂଜୀତ ପାଣି ମହାନନ୍ଦ, ରଣ୍ଡାର ମୃମୟୀ ପଣ୍ଡା, ସୁଲେକେଲାର ବିରଞ୍ଚି ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଅଲମା ଟପ୍ପୋ।

ତେବେ ବଲାଙ୍ଗୀର ପୁଇଁତଲା ତହସିଲ ଅନ୍ତର୍ଗତ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃମୟୀ ପଣ୍ଡା ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଫେରାର ଅଛନ୍ତି। ଶ୍ରୀମତୀ ପଣ୍ଡା ନକଲି ବିଇଡି ସାର୍ଟିଫିକେଟରେ ଚାକିରି କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପ୍ରଶାସନ ତରଫରୁ ଘଟଣାର ତଦନ୍ତ କରାଯାଇଥିଲା। ପରେ ଜଣାପଡ଼ିଥିଲା ଯେ, ମୃମୟୀ ପଣ୍ଡାଙ୍କ ନାମରେ ଯେଉଁ ଅଭିଯୋଗ ଆସିଥିଲା।

ସୂଚନାଯୋଗ୍ୟ, କିଛି ମାସ ହେଲା ରାଜ୍ୟରେ ନକଲି ସାର୍ଟିଫିକେଟ ନେଇ ଅନେକ ମାମଲା ଲୋକଲୋଚନକୁ ଆସିଛି। ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରିବା ଅଭିଯୋଗରେ ବହୁଗୁଡ଼ିଏ ଶିକ୍ଷକ ନିଲମ୍ବିତ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଗିରଫ ହୋଇଛନ୍ତି। ପ୍ରଶାସନ ଏବେ ଶିକ୍ଷକମାନଙ୍କର ବିଇଡି ସାର୍ଟିଫିକେଟ ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.