ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପୂର୍ବରୁ ନନ୍ଦନକାନନକୁ ଆସିଛନ୍ତି ନୂଆ ପ୍ରଜାତିର ଜନ୍ତୁ। ଦିର୍ଘ ବର୍ଷ ପରେ ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି। ବିଶେଷ କରି, ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଟିଏ ମାଈ ଓ ଓ ଅଣ୍ଡିରା । ଏହା ସହିତ ପ୍ରଥମ ଥର ପାଇଁ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି।
ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ୨ଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି। ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ।।
ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆଜନ୍ତୁଙ୍କୁ ଦେଖିପାରିବେ।ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ହେଉଥିବା ବେଳେ ଏହା ପୂର୍ବରୁ ପର୍ଯ୍ୟଟକଙ୍କୁ ଭେଟି ଦେବାକୁ ଯୋଜନା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ସେହିପରି ପୂର୍ବରୁ ସେପ୍ଟେମ୍ବର ମାସରେ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଜୁଲୋଜିକାଲ୍ ଚିଡିଆଖାନାରୁ ୩ ପ୍ରଜାତିର ୫ ଜନ୍ତୁ ଏଠାକୁ ଆସିଥିଲେ।