ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୪ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ  ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ଏକ  ମିଳିତ ଅପରେସନରେ ସୁରକ୍ଷା ବଳ ଦ୍ବାରା ନିହତ ହୋଇଛନ୍ତି। ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ପ୍ରଥମେ ସୋମବାର ରାତି ୧୧.୩୦ ବେ‌ଳେ ହୋଇଥିଲା।

ଯାହା ପରେ ସେଠାରେ ଡ୍ରୋନ୍ ସହିତ  ଅତ୍ୟ ରାତ୍ର ନୀରିକ୍ଷଣ ଉପକରଣ ମଧ୍ୟ ନିୟୋଜିତ କରାଯାଇଥିଲା। ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି।

ଏ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି।ଏହି ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୁଲିସ୍ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡୁଛି ବୋଲି ଭାରତୀୟ ସେନା ଅଧିକାରୀ କହିଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

 

Leave A Reply

Your email address will not be published.