ଶିମିଳିପାଳରେ ଅଛନ୍ତି 40 ମହାବଳ

0

ଓଡ଼ିଆ ନ୍ୟୁଜ୍:ବନ୍ୟପ୍ରାଣୀ ପିସିସିଏଫ୍‌ ପ୍ରେମ କୁମାର ଝାଙ୍କ ବଡ଼ ସୂଚନା । ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି । ସେହିପରି ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି ।

ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି । ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି । ଆଗାମୀ ୧୦ ବର୍ଷ ମଧ୍ୟରେ ଏ ସଂଖା ୧୦୦କୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ।

Leave A Reply

Your email address will not be published.