ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୂଚନା ଦେଇ କହିଛନ୍ତି ଯେ ଦେଶର 718 ଜିଲ୍ଲା ମଧ୍ୟ ରୁ 400 ଜିଲ୍ଲା କୁ କରୋନା ବ୍ୟାପି ନଥିବା ସ୍ପଷ୍ଟ କରିଛନ୍ତି l ଦେଶର କେଉଁ ଜିଲ୍ଲା ମାନଙ୍କରେ କରୋନା ବ୍ୟାପିଛି ଏବଂ କେଉଁ ଜିଲ୍ଲା ମାନଙ୍କରେ କରୋନା ବ୍ୟାପି ନାହିଁ ସେ ସଂକ୍ରାନ୍ତରେ ସରକାର ଏକ ଚିଠା ପ୍ରସ୍ତୁତ କରିଛନ୍ତି l ଯେଉଁ ଜିଲ୍ଲା ମାନଙ୍କରେ କରୋନା ବ୍ୟାପି ନାହିଁ ସେହି ଜିଲ୍ଲା ମାନଙ୍କରେ କିପରି ବ୍ୟାପି ପାରିବ ନାହିଁ ସେ ନେଇ ସରକାର ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି l କରୋନା ସଂକ୍ରମଣ ଦେଶରେ ଆରମ୍ଭ ହେବା ମାତ୍ରେ ସରକାର ପର୍ଯ୍ୟାପ୍ତ ପଦକ୍ଷେପମାନ ଗ୍ରହଣ କରିଥିବାରୁ ସ୍ଥିତି ନିୟନ୍ତ୍ରଣ ରହିଛି l
ସରକାର ପୂର୍ବ ରୁ 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିବାରୁ ଦେଶ ତାହାର ବାହୁତ ସୁଫଳ ପାଇଛି l ଲୋକମାନେ ଲକ୍ ଡାଉନ୍ କୁ ସମର୍ଥନ କରିଥିବାରୁ ସ୍ଥିତି ଏପରି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ଆଗାମି ମେ 3 ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି କୁ ବଢାଇଛନ୍ତି l ସରକାର ଏହି ଲକ୍ ଡାଉନ୍ କୁ ସଫଳ କରିବା ପାଇଁ ଲୋକମାନଙ୍କ ସହଯୋଗ ଲୋଡିଛନ୍ତି l ଭାରତର ଯେଉଁ ସ୍ଥାନ ମାନଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି ସେହି ସ୍ଥାନ ମାନଙ୍କରେ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି l ଏ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ୍ ନିୟନ୍ତ୍ରଣାଧୀନ ରହିଛି l ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ l ଏହି ଲକ୍ ଡାଉନ୍ ଉପାୟ ସଂକ୍ରମଣ ରୋକିବାରେ ସହାୟକ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି l