ପାକିସ୍ତାନକୁ ଗୁଲାମ କରିଦେଲା ଆମେରିକା: ଇମ୍ରାନ ଖାନ୍

0

ଇସଲାମାବାଦ: ହାତରୁ କ୍ଷମତା ଯିବାପରେ କିଛିଦିନର ନିରବତା ପରେ ବିଳିବିଳେଇବା ଆରମ୍ଭ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଏଥର ଆମେରିକାକୁ ନିଶାନା କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଆକ୍ରମଣ ନକରି ପାକିସ୍ତାନକୁ ନିଜର ‘ଗୁଲାମ’ କରିଦେଇଛି। କେବଳ ଏତିକି ନୁହେଁ,ଏହି ଆଳରେ ଇମ୍ରାନ ଦେଶର ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କୁ ତେରଚ୍ଛା ବାଣ ମାରିଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଫୈସଲାବାଦରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ପାକିସ୍ତାନର ଲୋକମାନେ ବିଦେଶରୁ ଆମଦାନୀ କରାଯାଇଥିବା ସରକାର ଚାହାନ୍ତି ନାହିଁ। ଆମେରିକା ଏକ ଏଭଳି ଦେଶ ଯିଏ ନିଜ ଲାଭ ରଖି ଅନ୍ୟକୁ ସାହାଯ୍ୟ କରିଥାଏ। ନିଜ ସ୍ୱାର୍ଥ ପାଇଁ ଆମେରିକା ପାକିସ୍ତାନକୁ ଗୁଲାମ କରିଦେଇଛି।

ସୂଚନାଯୋଗ୍ୟ, ଗତ ମାସରେ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହା ପରେ ଇମ୍ରାନ ଖାନଙ୍କ ସରକାରର ପତନ ଘଟିଥିଲା। ଇମ୍ରାନ ଖାନ ଅଭିଯୋଗ କରିଥିଲେ ଯେ, ଆମେରିକା ତାଙ୍କ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର କରିଛି। ତେବେ ସରକାର ହରାଇବା ପରେ ଇମ୍ରାନ ଖାନ ପାକିସ୍ତାନର ବିଭିନ୍ନ ସହରରେ ଅନେକ ସମାବେଶ କରିସାରିଛନ୍ତି। ଏମିତି କି ସେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ସରକାରକୁ ଦେଶଦ୍ରୋହୀ ତଥା ଦୁର୍ନୀତିଗ୍ରସ୍ତ ସରକାର ବୋଲି ବର୍ଣ୍ଣନା କରିସାରିଛନ୍ତି।

Leave A Reply

Your email address will not be published.