୪ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ

0

ଓଡ଼ିଆ ନ୍ୟୁଜ୍: ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ୍ ନୋଟ୍ ଜବତ।ଜବତ ଜାଲ୍ ନୋଟ୍ ସବୁ ୫୦୦ ଟଙ୍କିଆ।୩ ଜଣ ଗିରଫ, ୩ଟି ମୋବାଇଲ୍ ଜବତ।୨ ଲକ୍ଷର ଜାଲ୍‌ ନୋଟ୍ ମାର୍କେଟକୁ ଛାଡ଼ିଥିବା ଏସ୍‌ପିଙ୍କ ସୂଚନା। ବିନିକା ଅଞ୍ଚଳରେ ଜାଲ୍‌ ନୋଟ୍‌ ରାକେଟ୍‌ ସକ୍ରିୟ ଦେଖାଯାଇଛି। ଏନେଇ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବଡ଼ ଖୁଲାସା କରିଛନ୍ତି। ଜାଲ ନୋଟ୍‌ କାରବାରରେ ଲିପ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିନିକା ପୁଲିସକୁ ଏକ ବଡ଼ ସଫଳତା ମିଳି ପାରିଛି। ବିନିକା ଥାନାରେ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଏହି ଜାଲ୍‌ ନୋଟ୍‌ର ତାର ପଡ଼ୋଶୀ ବରଗଡ଼ ଜିଲ୍ଲାକୁ ମଧ୍ୟ ଲମ୍ବିଛି। ଏଥିରେ ସମ୍ପୃକ୍ତ ଥିବା ବିନିକା ପୁଲିସ ୩ ଜଣକୁ ଗିରଫ କରିଛି। ସେମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅଞ୍ଚଳ ରେଙ୍ଗାଲି ଗ୍ରାମର ଜୟନାରାୟଣ ବସ୍ତିଆ(୨୭), ବିନିକା ଥାନା ଫୁଲମୁଠୀ ଗ୍ରାମର ଅଭିଷେକ ହୋତା(୨୩) ଏବଂ ବିନିକା ସହର ବେତ୍ରାପଡ଼ାର ଅଶୋକ ନାଏକ(୨୮)। ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ସର୍ବମୋଟ ୮୦୩ଟି ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌, ଯାହାରକି ସମୁଦାୟ ମୂଲ୍ୟ ୪ ଲକ୍ଷ ୧ ହଜାର ୫ ପାଞ୍ଚ ଶହ ଟଙ୍କା ବୋଲି ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ୩ଟି ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି।

Leave A Reply

Your email address will not be published.