ଓଡ଼ିଆ ନ୍ୟୁଜ୍: ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ ଘଟଣା ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ।ନୟାପଲ୍ଲୀ ଓ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇରେ ଗିରଫ।ବହୁତ କଳାଧନ ଅଛି, ୫ ଶହ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ମିଳିବ କହି ଠକୁଥିଲେ। ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଉଥିଲେ ଅଭିଯୁକ୍ତ।ଟଙ୍କା ବଣ୍ଡଲ ଉପରେ ଓ ତଳେ ଅସଲି ନୋଟ୍ ରହୁଥିଲା, ଭିତରେ ପେପର କଟିଂ।
ମିଳିଥିବା ସୂଚନା ମୁତାବକ. ଅଭିଯୁକ୍ତମାନେ ଲୋକଙ୍କୁ ସେମାନଙ୍କ ବହୁତ କଳାଧନ ଥିବା କହୁଥିଲେ। ଏପରିକି ୫ ଶହ ଟଙ୍କା ଦେଲେ ୧୦ଟି ଶହେ ଟଙ୍କିଆ ନେଟ ମିଳିବ କହି ଲୋକଙ୍କୁ ପ୍ରଲୋଭିତ କରି ଠକୁଥିଲେ। ଏପରିକି ଟଙ୍କା ବଣ୍ଡଲ ଭିତରେ ପେପର କଟିଂ ରଖି ଲୋକଙ୍କୁ ଚକ୍ମା ଦେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତମାନେ ଟଙ୍କା ବଣ୍ଡଲ ଉପରେ ଏବଂ ତଳେ ଅସଲି ନୋଟ ରଖୁଥିବା ବେଳେ ଭିତରେ ପେପର କଟିଂ ରଖୁଥିବା ଜଣାପଡିଛି।