ଉନ୍ନତ ସ୍ବାସ୍ଥ୍ୟ ସେବାର ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ୫ ଜଣ ପରାମର୍ଶଦାତା ନିୟୋଜିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ ନୁଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ।
କ୍ୟାପିଟାଲ୍ ହସ୍ପିଟାଲର ସୁପରିଚାଳନା ଓ ବିକାଶ ପାଇଁ ସଂଜୟ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ପୁଷ୍ପାଞଳି ରଣା, କେ. ଶାନ୍ତି ଓ ରଂଜନ ବିଶ୍ବାଳଙ୍କୁ ଯଥାକ୍ରମେ ବି.ଏସ୍.କେ.ୱାଇ.; ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ବ୍ରହ୍ମପୁର ଏବଂ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶାର ଗାଁ ଗହଳିରେ ବଡ ମେଡ଼ିକାଲ୍ ଭାବେ ଜଣାଶୁଣା କଟକର ଶ୍ରୀରାମ ଚନ୍ଦ୍ର ଭଞ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ଦୁଇ ଜଣ ପରାମର୍ଶଦାତା ନିଯୁକ୍ତି ହୋଇଛନ୍ତି । ସେମାନେ ହେଲେ ଦିଲ୍ଲୀପ କୁମାର ସାହୁ ଏବଂ ସ୍ବପ୍ନାରାଣୀ ପାତ୍ର । ଏହି ନବ ନିଯୁକ୍ତ ପରାମର୍ଶଦାତାମାନେ ଅବୈତନିକ ଭାବେ ଜନସାଧାରଣଙ୍କ ପାଇଁ ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସେବା ପ୍ରଦାନ ନିମନ୍ତେ ଇଛା ପ୍ରକଟ କରିଛନ୍ତି । ତେବେ ରାଜ୍ୟ ସରକାର ନିର୍ଦ୍ଦାରିତ ନିୟମ ଅନୁଯାୟୀ ସେମାନଙ୍କ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ବିଭାଗୀୟ କାର୍ଯାଳୟ ବିଞପ୍ତିରୁ ଜଣାପଡ଼ିଛି ।

Leave A Reply

Your email address will not be published.