ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅସତ୍ୟ ଉପରେ ସତ୍ୟର ଜୟ। ଆଜି ପବିତ୍ର ବିଜୟା ଦଶମୀ। ପୂଜା ମଣ୍ଡପରେ ବିଜୟା ଦଶମୀ ପାଳିତ ହେଉଛି। ଚାରିଆଡ଼େ ପାର୍ବଣର ପୁଲକ । ଆଧ୍ୟାତ୍ମିକତାର ମହକ । ମହା ଆଡ଼ଆମ୍ବରରେ ଚାଲିଛି ମାଆ ଦୁର୍ଗତ ନାଶିନୀ ଦୁର୍ଗାଙ୍କ ପୂଜା । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ବିଜୟା ଦଶମୀ ଅବସରରେ ଆଜି ମାଆଙ୍କ ନିକଟରେ ସିନ୍ଦୁର ଖେଳ ହେଉଛି। ମହିଳାମାନେ ସିନ୍ଦୁର ଲଗାଇ ମାଆଙ୍କୁ ବିଦାୟ ଦେଇଥାନ୍ତି। ସୁଉଚ୍ଚ ତୋରଣ, ମେଢ଼ ଦେଖି ଲାଖି ଯାଉଛି ଆଖି । ସୁନା, ଚାନ୍ଦି ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ସନ୍ଧ୍ୟା ହେଲେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଅନ୍ୟପଟେ ରାବଣ ପୋଡି ପାଇଁ ଭୁବନେଶ୍ବର ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାବଣପୋଡି ପାଇଁ ୨୮ ଟି ଗାଇଡ଼ଲାଇନ ରହିଛି। ୧୦୦ମିଟର ଜୋନ ଭିତରେ ଲୋକ ରହିବେ ନାହିଁ। ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନୀଙ୍କ ଠାରୁ ବାଣ କିଣାଯାଇଥିବ। ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି। ଭଷାଣି ପାଇଁ ୧୭ ରୁ ଉର୍ଦ୍ଧ୍ବ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଭୁବନେଶ୍ୱର ୩ଟି ଭାଷାଣି କମିଟି ରହିଛି। ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ଉପରେ ଗୁରୁତ୍ୱ ଦିଆଯାଇଛି। 3 ଜଣ ଅତିରିକ୍ତ ଡିସିପି ଭାଷାଣି ଦାୟିତ୍ୱରେ ରହିବେ। ୬୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ।