ସୁବର୍ଣ୍ଣପୁରରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ କାର୍‌କେଡ୍‌କୁ ଅଣ୍ଡା ମାଡ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ କାର୍‌କେଡ୍‌କୁ  ସୁବର୍ଣ୍ଣପୁରରେ ଅଣ୍ଡାମାଡ଼ କରାଯାଇଛି। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ଜଣାପଡ଼ିଛି।

ପ୍ରଥମେ ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ଫାଇଭ-ଟି ସଚିବ ଗସ୍ତକୁ ବିରୋଧ କରିଥିଲେ। ପରେ କାର୍‌କେଡ୍‌କୁ ଅଣ୍ଡାମାଡ଼ କରିଥିଲେ।ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ୫ଟି ସଚିବଙ୍କ କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ପାଣ୍ଡିଆନ ହେଲିକପ୍ଟରରେ କୋଟ ସମଲେଇଠାରେ ପହଞ୍ଚିଥିଲେ। ପରେ ସେଠାରୁ ଉଲୁଣ୍ଡା ବ୍ଲକରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଆମ୍‌ ଆଦମୀ ପାର୍ଟିର କର୍ମମର୍ତ୍ତାମାନେ ତାଙ୍କ କାର୍‌କେଡ୍‌କୁ ଉପରକୁ ଅଣ୍ଡାମାଡ଼ କରିଥିଲେ।ସୂଚନାଯୋଗ୍ୟ, କିଛି ଦିନ ତଳେ ୫-ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିରୋଧ କରିଥିଲା ଯୁବ ବିଜେପି ମୋର୍ଚ୍ଚା।

କଳା ପୋଷାକ ପିନ୍ଧି କଳା ବେଲୁନ ଉଡ଼ାଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା। ରାହାମାରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ବିରୋଧ କରିଥିବା ବେଳେ ପାରାଦୀପ ଏଡିଏମ୍‌ ଅଫିସ ଆଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥସିଲା । କୁଜଙ୍ଗରେ କଳା ଶାଢ଼ୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। ଯୁବ ମୋର୍ଚ୍ଚା କର୍ମୀମାନେ ପାଣ୍ଡିଆନ ଗୋ ବ୍ୟାକ୍‌ର ନାରା ଦେଇଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆ ବିଭିନ ଜିଲ୍ଲା ଗସ୍ତନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ଏହି ସମୟରେ ୫ଟି ସଚିବଙ୍କ ବିଭିନ ଜିଲ୍ଲା ଗସ୍ତ ଜାରି ରଖିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଛି।

Leave A Reply

Your email address will not be published.