୫ହଜାର ବୋତଲ କଫ୍‌ ସିରପ ଜବତ

0

ଓଡ଼ିଆ ନ୍ୟୁଜ୍: ସମ୍ବଲପୁରରେ ବଡ଼ ଧରଣର କଫ୍‌ ସିରପ୍‌ ରାକେଟର ପର୍ଦ୍ଦାଫାସ; ୨୦ ଗିରଫ।୫ ହଜାର ଶହେ ବୋତଲ କଫ୍‌ ସିରପ ଜବତ କଲା ବରେଇପାଲି ପୋଲିସ। କଟକରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଧରାପଡ଼ିଲା। ଗୋଟିଏ କାର୍‌ ଓ ପିକଅପ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା।୫୧୦୦ ବୋତଲ କୋରେକ୍ସ ଜବତ ସହ ୨୦ ଜଣକୁ ଗିରଫ କରିଛି ପୁଲିସ। ନଗଦ ୪୦ ହଜାର ଟଙ୍କା, ଗୋଟିଏ ପିକଅପ ଭ୍ୟାନ, କାର ସହ ୫ଟି ମୋବାଇଲ ଫୋନ ଜବତ କରିଛି।

ବରେଇପାଲି ଥାନା ଅଂଚଳର ଗୋପାଳପାଲିରୁ କୋରେକ୍ସ ଜବତ କରାଯାଇଛି। କଟକରୁ ଏକ ପିକଅପ ଭ୍ୟାନ ଯୋଗେ ସମ୍ଵଲପୁର ଆଣିଥିଲେ। ଏହି ସ୍ଥାନରୁ ବିଭିନ୍ନ ଅଂଚଳକୁ କୋରେକ୍ସ ବିକ୍ରି ପାଇ ଯାଇଥାନ୍ତା। ଜବତ କୋରେକ୍ସର ମୂଲ୍ୟ ୧୭ ଲକ୍ଷ ୮୫ ହଜାର ଟଙ୍କା।

Leave A Reply

Your email address will not be published.