ବସ୍‌ରୁ ଗାଏବ ହେଲା ୫୦ କେଜି ରୁପା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍‌ରୁ ଦୁର୍ବୃତ୍ତମାନେ ୫୦ କେଜି ରୁପା ଲୁଟି ନେଇଛନ୍ତି। ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍‌ରୁ ଏହି ଲୁଟ୍ ହୋଇଛି। ବ୍ୟବସାୟୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ତେବେ ସୂଚନା ମୁତାବକ,  କୋଲକାତାର ରୁପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି ଏକ ଘରୋଇ ବସରେ ଗତକାଲି ରାତିରେ କୋଲକାତା ଫେରୁଥିଲେ।

ତେବେ ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସଟି ଅଟକିଥିଲା। ସେତିକି ବେଳେ ମିଥୁନ୍ ନିଜ ସ୍ଲିପର ସିଟରେ ଫାଇନ୍ ରୂପାଓ ଟଙ୍କା ଥିବା ଦୁଇଟି ବ୍ୟାଗ୍ ରଖି ଚା’ ପିଇବାକୁ ତଳକୁ ଓହ୍ଲାଇ ଯାଇଥିଲେ। ସେହି ସମୟରେ ଲୁଟେରାମାନେ ରୁପା ଓ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଏକ କାର୍‌ରେ ବସ୍‌ର ପିଛା କରୁଥିବା ୫ଜଣ ଯୁବକ ଭେଜିପୁଟଠାରେ ବସ୍‌ରେ ପ୍ରବେଶ କରି ବ୍ୟବସାୟୀଙ୍କଠାରୁ ଉକ୍ତ ରୁପା ଭର୍ତ୍ତି ଗହଣା ବ୍ୟାଗ ଧରି କାର୍‌ରେ ଚମ୍ପଟ ମାରିଥିଲେ।

ଖବର ପାଇ ପୁଲିସ ଉକ୍ତ କାର୍‌ର ପିଛା କରିଥିଲା। ବସ୍‌ ଭିତରୁ ଏଭଳି ରୁପା ଲୁଟ୍ ଆଲୋଡନ ଖେଳାଇଦେଇଛି। କାରରେ ଲୁଟେରା ଆସି ବ୍ୟାଗ ନେଇ ଚମ୍ପଟ ମାରିଥିବା ବ୍ୟବସାୟୀ ଜଣଙ୍କ ଦେଖିଥିବା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ମିଥୁନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.