5T ସଚିବଙ୍କ ଉପରକୁ କାଳୀ ମାଡ଼ ଘଟଣା: ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା OAS ସଂଙ୍ଘ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ସତ୍ୟବାଦୀ ଗସ୍ତ ସମୟରେ 5T ସଚିବଙ୍କ ଉପରକୁ କାଳୀ ମାଡ଼ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନିନ୍ଦା କଲା OAS ଆସୋସିଏସନ।  ଏଥିସହ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ସଙ୍ଘ। ଆଜି ଓଡ଼ିଶା ପାଇଁ କଳା ଦିବସ। ସରକାରୀ କର୍ମଚାରୀ ଙ୍କ ପାଇଁ ଦୁଃଖ ଘଟଣା। କିଛି ଅସାମାଜିକ ବ୍ୟକ୍ତି କାଳୀ ଫିଙ୍ଗିଛନ୍ତି ଯାହାକି ଅଶୋଭନୀୟ କଥା, ଏଭଳି ବ୍ୟକ୍ତି ର ମତିଷ୍କ ଠିକ ନଥିବ। ବହୁତ ସମୟ ରେ ଶୁଣୁ ଲୋକଙ୍କ କଥା ସରକାରୀ କର୍ମଚାରୀ ଶୁଣୁନାହାନ୍ତି କିନ୍ତୁ ଯେତବେଳେ ଜଣେ ଅଧିକାରୀ ଲୋକଙ୍କ ପାଖକୁ ଯାଉଛନ୍ତି ଲୋକାମାନଙ୍କ କଥା ବୁଝୁଛନ୍ତି ସେତବେଳେ ଏଭଳି ଆଚରଣ ଆମକୁ ବ୍ୟତୀତ କରିଛି। ଏଭଳି ଘଟଣାର ପୁନରାଉବୃତ୍ତି ନହେଉ। ଆଜି ଯାହା ଘଟିଲା ସାଢେ ୪ କୋଟି ଓଡ଼ିଆଙ୍କ ଉପରେ କାଳୀ ପଡିଲା। ସରକାରୀ କର୍ମଚାରୀ ହେଉଛନ୍ତି ଶାସନ ପ୍ରକ୍ରିୟାର ଅବିଛେଦ ଅଙ୍ଗ। ଲୋକଙ୍କ ପାଇଁ କରାଯାଉଥିବା, ଉନ୍ନୟନମୂଳକ କାର୍ଯ୍ୟରେ ତଦାରଖ ପରିଚାଳନା ଏବଂ ସଫଳ ରୂପାୟନ ପାଇଁ ସେମାନେ ସଦା ସର୍ବଦା ଲୋକଙ୍କ ନିକଟକୁ ଯାଇଥାନ୍ତି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ ଶୁଦ୍ଧପୂତ ମନରେ ଏବଂ ଅଙ୍ଗିକାର ବଦ୍ଧତାର ସହ ଜନକଲ୍ୟାଣକାରୀ ଯୋଜନାରେ କାର୍ଯ୍ୟକାରିତାକୁ ରୂପରେଖ ଦେବା ନିମନ୍ତେ ଯାଇଥିବାବେଳେ ଆଜି ଯେଉଁଭଳି ଭାବରେ ସତ୍ୟବାଦୀ ବ୍ଲକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଶାସନ ସଚିବ-5T ସଚିବ ଭି କେ ପାଣ୍ଡିଆନ ଏବଂ ପୁରୀ ଜିଲ୍ଲାପାଳଙ୍କ ଉପରେ କାଳିମାଡ଼ ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲା, ଓଡିଶା ପ୍ରଶାସନିକ ସେବା ସଂଘ ଏହାର ଦୃଢ ନିନ୍ଦା କରୁଛି ଏଭଳି ଆଚରଣ କେବଳ ଏକ ଅସୁସ୍ଥ ବାତାବରଣ ସୃଷ୍ଟି କରୁଛି ତାହା ନୁହେଁ। ଏହା ସରକାରୀ କର୍ମଚାରୀମାନଙ୍କୁ ଜନସେବା କରିବା ଦିଗରେ ନିରୁତ୍ସାହିତ କରିବା ଏବଂ ସେମାନଙ୍କ ମନୋବଳ ହ୍ରାସ ଘଟାଇବ । ଏଭଳି ଅଶୋଭନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷକୁ ଦୁଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ କରିବାକୁ ସଂଘ ଦାବି କରୁଛି ।

Leave A Reply

Your email address will not be published.