SCB ନବୀକରଣ କାମ ସମୀକ୍ଷା କଲେ 5T ସଚିବ, ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି

0

ଓଡ଼ିଆ ନ୍ୟୁଜ୍‌(ବ୍ୟୁରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶା ନୁହେଁ ସାରା ଦେଶର ଏକ ମର୍ଯ୍ୟଦାଜନକ ଚିକିତ୍ସା ପ୍ରତିଷ୍ଠାନ । ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଏକ ବିଶେଷ ସୁନାମ ରହିଛି ।  ଏହାକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଓ ଶିକ୍ଷା ଅନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ତଦନୁଯାୟୀ 5T ଉପକ୍ରମରେ ଏହାର ସଂପ୍ରସାରଣ କାର୍ଯ୍ୟ  ଜୋରସୋରରେ ଚାଲିଛି । ଏହାକୁ ୫୦୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢିବା ପାଇଁ କାମ ଜାରି ରହିଛି ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ଯାଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ବର୍ତ୍ତମାନ L&T  ଦ୍ୱାରା ଚାରି ଗୋଟି Clinical ବ୍ଲକ ଓ NCC ଦ୍ୱାରା ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ବ୍ଲକ ଗୁଡିକର କାମ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ  କରିବା ପାଇଁ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ସମୟରେ ପୂର୍ତ୍ତ ବିଭାଗର ସଚିବ  ଭି.ଭି.କେ. ଯାଦବ ଓ ଜିଲ୍ଲାପାଳ ଭବାନୀ ପ୍ରସାଦ ଚଇନି  ପ୍ରମୁଖ ଉପସ୍ଥିତି ଥିଲେ।

Leave A Reply

Your email address will not be published.