ଡକାୟତି ଯୋଜନା ପଣ୍ଡ, ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭରତପୁର ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭରତପୁର ଥାନା ପୁଲିସ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଯୋଗ୍ୟ ଯେ, ଭରତପୁର ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଆଇଗିଣିଆ ମଶାଣି ପଡିଆ ନିକଟରେ ଥିବା ଏକ ନିର୍ଜନ ସ୍ଥାନରେ କିଛି ଅପରାଧୀ ଶ୍ରେଣୀୟ ବ୍ୟକ୍ତି ଏକତ୍ରିତ ହୋଇ ବଡଧରଣର ଡକାୟତି ଯୋଜନା କରୁଥିବା ନେଇ ସୂଚନା ପାଇଥିଲେ । ଏହି ସୂଚନା ଆଧାରରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଚଢଉ କରିବା ସହିତ ନିମ୍ନୋକ୍ତ ଛଅ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ନିମ୍ନୋକ୍ତ ମରଣାସ୍ତ୍ର ସବୁକୁ ଜବତ କରିଛନ୍ତି ।

ପଚରାଉଚରା ବେଳେ ଅଭିଯୁକ୍ତ ମାନେ ସେଠାରେ ବସି ଡକାୟତି ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ । ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ, ନିମ୍ନୋକ୍ତ ଅଭିଯୁକ୍ତ ଉଜିର ଖାନ ଓରଫ ଉଜାଙ୍କ ନାମରେ ପୁର୍ବରୁ ମଧ୍ୟ ଭୁବନେଶ୍ବର, ଜଟଣୀ ଓ ଖୋର୍ଦ୍ଧା ଥାନା ମାନଙ୍କରେ ମୋଟ ୯ଗୋଟି ମାମଲା ରହିଛି । ସେହିପରି ଅଭିଯୁକ୍ତ ସହଦେବ ପାଟଶାଣି ଓରଫ ଗେଡାଙ୍କ ନାମରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ଜଗନ୍ନାଥ ବେହେରାଙ୍କ ନାମରେ ପୁର୍ବରୁ ଖୋର୍ଦ୍ଧା ଟାଉନ ଥାନାରେ ଗୋଟିଏ ମାମଲା ରହିଛି ।
ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.