୯ଶହ ଫୁଟ୍ ଉପରେ ଝୁଲି ରହିଥିଲେ ୬ ଜଣ ସ୍କୁଲ ଛାତ୍ର, ଉଦ୍ଧାର କଲା ବାୟୁସେନା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ପାକିସ୍ତାନରେ ୯ଶହ ଫୁଟ୍ ଉପରେ ଝୁଲି ରହିଥିଲେ ୬ ଜଣ ସ୍କୁଲ ଛାତ୍ରଙ୍କ ସହ ଦୁଇ ଜଣ ବୟସ୍କ ବ୍ୟକ୍ତି। ସେମାନଙ୍କୁ ଆଜି ବାୟୁସେନା ସୁରକ୍ଷିତ ଭାବରେ ଉଦ୍ଧାର କରିଛି । କେବଲ୍ କାରରେ ଯାତ୍ରା କରୁଥିବା ବେଳେ ଅଚାନକ୍ ଗୋଟିଏ ତାର ଝୁଲି ପଡ଼ିଥିଲା । ଫଳରେ ୬ ଜଣ ସ୍କୁଲ ଛାତ୍ର ଏବଂ ଦୁଇ ଜଣ ବୟସ୍କ ଏଥିରେ ଫଶି ରହିଥିଲେ । ଏଭଳି ଏକ ଘଟଣା ଘଟିଛି ପାକିସ୍ତାନ ଖାଇବର-ପଖତୁନଖ୍ୱା ପ୍ରଦେଶରେ ।

ଫଶି ରହିଥିବା ସ୍କୁଲ ଛାତ୍ରଙ୍କୁ ପାକିସ୍ତାନ ବାୟୁସେନା ପକ୍ଷରୁ ଉଦ୍ଧାର କରାଯାଇଛି । ପ୍ରାୟ ୧୪ଘଣ୍ଟା ଧରି ଏହି ଅପରେସନ୍ ଜାରି ରହିଥିଲା । ସ୍ୱତନ୍ତ୍ର ଉଦ୍ଧାରକାରୀ ହେଲିକପ୍ଟର ଏବଂ ବାୟୂସେନାର ଯବାନମାନେ ଫଶି ରହିଥିବା ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ସମସ୍ତଙ୍କୁ ୮ଜଣଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଡାକ୍ତରୀ ଦଳ, ଆମ୍ବୁଲାନ୍ସ ଆଦି ଉପସ୍ଥିତ ରହିଛି । ତେବେ ପାହାଡ଼ିଆ ଅଂଚଳରେ ଏହି ଅଘଟଣ ଘଟିଥିବାରୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା । ଫସି ରହିଥିବା ୨୦ ବର୍ଷିୟ ଯୁବକ ଗୁଲ୍ଫରାଜ୍, ଦେଇଥିବା ସୂଚନା ଅନୁସାରେ ସେମାନଙ୍କ ପାଖରେ ଏବେ ପିଇବା ପାଇଁ ପାଣି ମଧ୍ୟ ନାହିଁ । ଅନ୍ୟପଟେ ସମସ୍ତଙ୍କଳୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାରୁ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.