୬ଚୋରା ବାଇକ ଉଦ୍ଧାର, ୩ଟି ମୋବାଇଲ ଜବତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ସହରରେ ବାଇକ ଚୋରି କରୁଥିବା ଗ୍ୟାଙ୍ଗକୁ ଧରିବାରେ ଭଂଜପୁର ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏକ ବାଇକ ଚୋରି ଅଭିଯୋଗର ତଦନ୍ତ କରି ୬ଟି ଚୋରା ବାଇକ ଉଦ୍ଧାର କରିବା ସମେତ ୩ଟି ମୋବାଇଲ ଜବତ କରାଯାଇଛି। ଏଥି ସହିତ ଉକ୍ତ ଘଟଣାରେ ସମ୍ପୃକ୍ତ ବାଇକ ଚୋର ଗ୍ୟାଙ୍ଗର ୪ନାବାଳକକୁ ଧରିଛନ୍ତି। ଏନେଇ ଭଂଜପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ବିଭାଗ ସୂଚନା ଅଧିକାରୀ ତଥା ଡିଏସପି ଦୋଳାମଣି ଭୋଇ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ବାରିପଦା ସହରରେ ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ଅପରାଧିକ ମାମଲା ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେବ ସହରରେ ଚୋରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଭୁଗୁଡାକଟା ଅଞ୍ଚଳର ନିବାସୀ ପ୍ରବୀର କୁମାର ନାଥଙ୍କ ଗତ ଜୁଲାଇ ୨୨ତାରିଖରେ ବାଇକ ଚୋରି ନେଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କର ନିର୍ମାଣାଧୀନ ଘର ସମ୍ମୁଖରେ ବାଇକ ପାର୍କିଂ କରିଥିବା ବେଳେ ମଧ୍ୟରାତ୍ରି ଦେଖିଲା ବେଳକୁ ବାଇକ ନଥିଲା। ବାଇକ ଚୋରି କରି ଦୁର୍ବୁତ୍ତ ମାନେ ବାହାର ପଟୁ କବାଟ ବନ୍ଦ କରି ଚାଲି ଯାଇଥିଲେ। ତେବେ ବାଇକ ଚୋରି ନେଇ ଭଂଜପୁର ଥାନାରେ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ।

ସହରରେ କମ ଦରରେ ଚୋରା ମଟର ସାଇକେଲ କିଛି ପିଲା ବିକ୍ରି କରୁଥିବାର ନେଇ ପୁଲିସକୁ ବିଶ୍ୱସ୍ଥସୂତ୍ରରୁ ଖବର ମିଳିଥିଲା। ଏହାକୁ ନେଇ ଭଂଜପୁର ଥାନା ଅନ୍ତର୍ଗତ କରୁଣାକର ରାଉତଙ୍କ ନେତୃତ୍ୱରେ ଟିମ ଖୋଳତାଡ଼ କରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲେ। ଚୋରି ବାଇକ ସମେତ ମୋବାଇଲ ଜବତ ହୋଇଛି। କିଛି ଜଣକ ନାମରେ ପୂର୍ବରୁ ମଧ୍ୟ ବାରିପଦା ଟାଉନ ଥାନାରେ ଚୋରି ନେଇ ଅଭିଯୋଗ ରହିଛି। ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଯାଇଛି। ଉକ୍ତ ଜବତ ବାଇକ ଗୁଡିକ ମାଲିକ ମାନଙ୍କୁ ଫେରସ୍ତ କରିବା ନେଇ ପ୍ରକ୍ରିୟା କରାଯାଉଛି।

Leave A Reply

Your email address will not be published.