ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ୬୮ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ |ରାଇରଙ୍ଗପୁର ସହରସ୍ତ ମହୁଲଡିହାଁ ଗ୍ରାମ ଅଧିନସ୍ତ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ୬୮ତମ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି |
ଏଥିରେ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଜୁନିୟର ଗ୍ରଫ୍ ୬ମ ଓ ୭ମ ଏବଂ ସିନିୟର ଗ୍ରଫ୍ ୮ମ ରୁ ୧୦ମ ଶ୍ରେଣୀ ବିଭାଗ କରାଯାଇ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଉକ୍ତ କ୍ରୀଡାରେ ଛାତ୍ରୀମାନଙ୍କ ମଧ୍ୟରେ ଦୌଡ ୧୦୦ ମିଟର ଓ ୨୦୦ ମିଟର, କବାଡି, ଭଲିବଲ, କ୍ରିକେଟ୍, ଖୋ ଖୋ,ଗଣିତ କଷା, ଝିଲାପି ରେସ୍ ଓ ମ୍ୟୁଜିକ ଚେୟାର ହୋଇଥିଲା | ପ୍ରତିଯୋଗୀମାନଙ୍କ ମଧ୍ୟରେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ଚୟନ କରାଯାଇଥିଲା |
କୃତୀ ପ୍ରତିଯୋଗୀମାନଙ୍କୁ ଆଗାମୀ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ସୂଚନା ଦେଇଥିଲେ | ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଯଥା ପୁଷ୍ପିତା ରାଉତ, ଲଳିତ କୁମାର ବାରିକ, ପ୍ରଭାସିନୀ ସେଠୀ, ସାଗରିକା ମହାପାତ୍ର, ସରସ୍ବତୀ ମହଲା, ଶାଶ୍ବତୀ ମହାନ୍ତି, ହେମଲତା ମହାନ୍ତ, ରଶ୍ମିବତୀ ମୁର୍ମୁ, ଗୁରୁ ପ୍ରସାଦ ମହାକୁଡ, ଶାଙ୍ଖିମଣି ହେମ୍ବ୍ରମ୍, ରାଜ କିଶୋର ସୋରେନ ଓ ହର ପ୍ରସାଦ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ |