ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଭୟଙ୍କର ବର୍ଷାରେ ରାତି ଅଧରେ ଚାଲିଗଲା ୭ ଜୀବନ । ଏପରି ଏକ ଅଘଟଣ ଗତକାଲି ରାତିରେ ହିମାଚଳ ପ୍ରଦେଶର ସୋଲାନରେ ଘଟିଛି । ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ହୋଇଥିବା ବାଦଲ ଫଟା ବର୍ଷା ହେତୁ ପରିସ୍ଥିତି ଅସମ୍ଭାଳ ରହିଛି।
ଏଥିଯୋଗୁ ବହୁ ରାସ୍ତାରେ ଲ୍ୟାଣ୍ଡସ୍ଲାଇଡ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ସ୍ଥାନେ ସ୍ଥାନେ ବ୍ରିଜ ଧୋଇ ହୋଇ ଯାଇଛି। ରାଜ୍ୟର ବହୁ ନଦୀ ଉଛୁଳି ଥିବା ବେଳେ ରାସ୍ତା ଉପରେ ପାଣି ପ୍ରବାହିତ ହୋଇଛି। ଏହାବାଦ ଋଷିକେଶ- ଚାମ୍ବା ଓ ଋଷିକେଶ-ଦେବପ୍ରୟାଗ ଓ ଶ୍ରୀନଗର ଜାତୀୟ ରାଜପଥ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ବନ୍ଦ କରି ଦିଆଯାଇଛି।
ଏହି ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି। ନିଶ୍ଚିତ ମୃତ୍ୟୁମୁଖରୁ ୬ ଜଣଙ୍କୁ ଉଦ୍ଧାର କରାଗଲା। ଏଭଳି ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।