୮ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ଠାବ କଲା AI

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଟ୍ରିକ ପରୀକ୍ଷା ସମୟରେ ୫ଟି ଜିଲ୍ଲାର ବିଭିନ୍ନ ସ୍କୁଲରୁ ଅବ୍ୟବସ୍ଥା ସାମ୍ନାକୁ ଆସିଛି ।  ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟକୁ ଧରିଛି ଏ ଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି । । AI ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା ଚିହ୍ନଟ କରାଯାଇଛି ।୮ଟି ସେଣ୍ଟର ମଧ୍ୟରୁ କଟକର ୪ଟି ସେଣ୍ଟରରେ ଏହି ବ୍ୟତିକ୍ରମ ଠାବ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କଟକ ବ୍ୟତୀତ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଓ ନୟାଗଡ଼ ଜିଲ୍ଲାର ଆଉ ୪ଟି ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଛି । ୪ ଜିଲ୍ଲାର ଗୋଟିଏ ଲେଖାଏଁ ସେଣ୍ଟରରେ ଅବ୍ୟବସ୍ଥା ଚିହ୍ନଟ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଏହି ଅବ୍ୟବସ୍ଥା ନେଇ ଶିକ୍ଷା ବିଭାଗ, ଓ ପୋଲିସକୁ ଅବଗତ କରିଛି ବୋର୍ଡ । ଏଥିସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ପକ୍ଷରୁ ସୁପାରିସ କରାଯାଇଛି । ଦୁଇ ଇନଭିଜିଲେଟରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି । ନରସିଂପୁର ଏ.ନ ହାଇସ୍କୁଲ ସେଣ୍ଟର ଦୁଇ ଇନଭିଜିଲେଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ବୋର୍ଡ ସୂଚନା ଦେଇଛି ।

୨୦ ତାରିଖ ଦିନ ମାତୃଭାଷା ପାଇଁ ପରୀକ୍ଷା ଚାଲିଥିବା ବେଳେ ୮ଟି ପରୀକ୍ଷା କେନ୍ଦ୍ରରେ ନାନାଦି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୪ଟି ପରୀକ୍ଷା କେନ୍ଦ୍ର ରହିଛି । ଏହା ବାଦ୍ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଏବଂ ନୟାଗଡ଼ର ଗୋଟିଏ ଗୋଟିଏ କେନ୍ଦ୍ରରେ ଅନେକ ଜାଲିଆତି କାର୍ଯ୍ୟ ହୋଇଥିବାର ପ୍ରମାଣ ଦେଇଛି ଏ ଆଇ ।

Leave A Reply

Your email address will not be published.