ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ବଡ଼ ଜାଲିଆତି। ଭିନ୍ନକ୍ଷମ ଜାଲିଆତି ସାର୍ଟିଫିକେଟ ଦେଖାଇ ୮ ଜଣ ଛାତ୍ର ଛାତ୍ରୀ ଆଡ଼ମିଶନ ନେଇଥିବା ବଡ଼ଗଡ଼ ଥାନାରେ ଗତକାଲି ମାମଲା ରୁଜୁ। ମାମଲା ରୁଜୁ କରିଛନ୍ତି କଲେଜ ଅଧ୍ଯକ୍ଷ ନିରଞ୍ଜନ ମିଶ୍ର।ଜାଲ ସାର୍ଟିଫିକେଟ ଦେଖାଇ ୮ ଜଣ ନାଁ ଲେଖିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଛି ଏଫଆଇଆର ।
ବଡ଼ ବଡ଼ ନାମୀଦାମୀ କଲେଜରେ ନା ଲେଖାଇବା ପାଇଁ ବର୍ତ୍ତମାନ ଛାତ୍ର ଛାତ୍ରୀମାନଙ୍କ ଆଗ୍ରହ ବଢିବାରେ ଲାଗିଛି । ଏଥିପାଇଁ ଛାତ୍ରଛାତ୍ରୀ ଭିନ୍ନକ୍ଷମ ସର୍ଟଫିକେଟ ଦେବାକୁ ପଛାଉନାହାନ୍ତି । ଗତ ଜାନୁଆରୀ ମାସ ୮ ତାରିଖରେ ଠିକ ଏଭଳି ଖବର ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଆସିଥିଲା। ଯେଉଁଠି କିଛି ଛାତ୍ର ଛାତ୍ରୀ ଭିନକ୍ଷମ ଜାଲିଆତି ସାର୍ଟିଫିକେଟ ଦେଖାଇ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଆଡ଼ମିଶନ କରିଥିବାର ଖବର ସାମ୍ନା କୁ ଆସିଥିଲା।ଯାହାକୁ ନେଇ ସବୁଠି ହଇଚଇ ସୃଷ୍ଟି ହୋଇଥିଲା। ଶିକ୍ଷାବିତ, ଅଭିଭବକ, ସାଧାରଣ ଛାତ୍ର ଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନ ନାରା ବାଜି କରିବା ସହ ଏଭଳି ପିଲାଙ୍କ ଆଡ଼ମିଶନ କ୍ୟାନ୍ସଲ କରିବାକୁ ଦାବି କରିଥିଲେ। ଏହା ପକେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ ମାନଙ୍କୁ ଏଭଳି ଘଟଣାରେ ଭିନକ୍ଷମ ଦର୍ଶାଉଥିବା ପିଲାମାନଙ୍କ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ନୋଟିସ ଦେଇଥିଲେ । ଚିଠି ପରେ ସମସ୍ତ ମହାବିଦ୍ୟାଳୟ କେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଥିଲା।
କିଛି ଦିନ ବ୍ୟବଧାନରେ ବିଜେବି କଲେଜରେ + ୩ କଳା ଓ ବିଜ୍ଞାନ ୧ମ୍ , ୨ୟ ଓ ୩ୟ ବର୍ଷର ପାଠ ପଢୁଥିବା ୫ ଝିଅ ଓ ୩ ପୁଅଙ୍କ ନାଁ ସାମ୍ନାକୁ ଆସିଛି। ଯାହାକୁ ନେଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ସ୍ପଷ୍ଟୀକରଣ ରଖିଛନ୍ତି ଯେ କଲେଜ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ଦିଆଯାଇଛି। ଛାତ୍ର ଛାତ୍ରୀଙ୍କୁ ଏ ବାବଦରେ ନୋଟିସ ହେବ ପରେ କିଛି ଛାତ୍ର ଛାତ୍ରୀ ନିଜ ଅଭିଭାବକଙ୍କ ସହ ପ୍ରିନ୍ସିପାଲଙ୍କୁ ଦେଖା କରିଥିବାର କହିଛନ୍ତି। ସେମାନେ ଏଥିରୁ ବଞ୍ଚିବା ପାଇଁ ସାଇବର କେଫ ଭୁଲରେ ଏଭଳି ଲେଖିଥିବା କଥା ମଧ୍ୟ ସଫେଇ ଦେଇଛନ୍ତି ପ୍ରିନ୍ସିପାଲଙ୍କୁ। କିନ୍ତୁ ଜଣେ ଅଭିଯୁକ୍ତ ଛାତ୍ରୀଙ୍କ ଅଭିଭବାକ କହିଛନ୍ତି ଯେ ଝିଅ ଭୁଲ କରିଛି। ଏ ଆଡ଼ମିଶନ ଜାଲିଆତି ଘଟଣା କିଛି ଜାଣି ନାହିଁ। ଏବେ ଏବେ ଜାଣୁଛି। ଝିଅ କାହିଁକି ଏମିତି ସାର୍ଟିଫିକେଟ ଦେଖାଇଲା ମୁଁ କିଛି ଜାଣିନାହିଁ।
ଏଭଳି ଘଟଣା ସାରା ରାଜ୍ୟର ଶିକ୍ଷା ବ୍ୟଵସ୍ଥା ଓ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ। ଏତେ କଡା କଡ଼ି ସାର୍ଟିଫିକେଟ ଯାଞ୍ଚ ପରେ ମଧ୍ୟ କେମିତି ପିଲା ଠକେଇ କରୁଛନ୍ତି। ଠକେଇ ପଛରେ କିଏ ମାଷ୍ଟର ମାଇଣ୍ଡ। କେଉଁଠି ତିଆରି ହେଉଛି ମିଛ ସାର୍ଟିଫିକେଟ। ଏ ସବୁ ପ୍ରଶ୍ନ ଏବେ ଉଙ୍କି ମାରୁଛି। ସେପଟେ ଏହାକୁ ନେଇ ଭିନ୍ନକ୍ଷମ ଆସୋସିଏସନର ସଦସ୍ୟ କପିଳ ଚରଣ ସ୍ୱାଇଁ କହିଛନ୍ତି ଯେ ଏଭଳି ଜାଲିଆତି ଯୋଗୁ ସତରେ ଭିନକ୍ଷମ ପିଲା ପାଠ ପଢା ଓ ଚାକିରୀ କରିବାରୁ ବଂଚିତ ହେଉଛନ୍ତି। ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି। ଦଣ୍ଡ ବିଧାନ ହିସାବରେ କମ ସେ କମ ୬ ମାସ ଜେଲ ଦଣ୍ଡ ଦେବାକୁ କହିଛନ୍ତି। ପୋଲିସ ଏହି ୮ ଜଣ ଛାତ୍ର ଛାତ୍ରୀଙ୍କ ନା ରେ ମାମଲା ରୁଜୁ କରିଛି। ଆଗକୁ ପଚରା ଉଚରା କରି ଆକ୍ସନ ନେବ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ବି ଏପର୍ଯ୍ୟନ୍ତ ପୋଲିସ ଅଟକ ନ ରଖିଥିବାର କହିଛନ୍ତି ଡିସିପି ଉମାଶାଙ୍କର ଦାସ।
ଏଠି ପ୍ରଶ୍ନ ଉଠୁଛି ଯେ କେବଳ ଭଦ୍ରକ ଓ ଭୁବନେଶ୍ୱରରେ ଏହି ଜାଲିଆତି ଚେର ଅଟକିଛି ନା ଆହୁରି ଆଗକୁ ଏହା ଲମ୍ବିଛି। ଏଭଳି ଜାଲିଆତି ପାଇଁ ପ୍ରକ୍ରୁତ ଭିନ୍ନକ୍ଷମ ପିଲାଟିଏ ନାମଲେଖା କୁ ବଞ୍ଚିତ ହେଉଛି।