ବୈପାରିଗୁଡା ପୋଲିସକୁ ସଫଳତା: ୮୦ କେଜି ଗଞ୍ଜେଇ ଜବତ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବୈପାରିଗୁଡା ପୋଲିସ । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ପକ୍ଷରୁ ଦୋରାଗୁଡା ମୁଖ୍ୟ ଛକରେ ଏମଭି ଚେଂକି ମାଧ୍ୟମରେ ଯାନବାହାନ ଯାଂଚ ଚାଲାଇଥିଲେ। ଏହି ସମୟରେ ହିଁ ଏକ କାର ଦ୍ରୁତଗତିରେ ଆସି ସେଠାରେ ରହିବା ସହ ପୋଲିସ କର୍ମଚାରୀ ମାନଙ୍କୁ ଦେଖି କାର ଚାଳକ ଓ ଅନ୍ୟ ମାନେ ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହା ଫଳରେ ସେଠାରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ମାନେ ସନ୍ଦେହ କରି କାରକୁ ଯାଂଚ କରିବା ସମୟରେ ଦେଖିବାକୁ ପାଇଲେ ଯେ ଗାଡି ଭିତରେ ୩ ଟି ବସ୍ତା ରହିଛି ।

ବସ୍ତାକୁ ଖୋଲି ଦେଖିବା ସମୟରେ କାର ଭିତରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ପରେ ଘଟଣା ସ୍ଥଳରୁ ଥାନାକୁ ଖବର ଦେବା ସହିତ ପୋଲିସ ଅଧିକାରୀ ମାନେ କାରଟିକୁ ଜବତ କରି ଥାନାକୁ ଆଣିଥିବାର କହିଛନ୍ତି ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ । ସବୁ ସମୟରେ ବୈପାରିଗୁଡା ପୋଲିସ ଯାଂଚ କରୁଥିବା ସମୟରେ ହିଁ ବୈପାରିଗୁଡା ପୋଲିସ ହାତରେ ଗଞ୍ଜେଇ ଧରାପଡିବା ସହ ପୋଲିସକୁ ବଡ ସଫଳତା ହାସଲ କରୁଥିବାର ଦେଖାଯାଉଛି । ସୂଚନା ମୁତାବକ ଆନ୍ଧ୍ରପ୍ରଦେଶ ଅଂଚଳରୁ ଏକ କାର ନଂ ଏପି ୯ ବିଏଚ ୦୦୬୬ ଗାଡି ରେ କିଛି ବେପାରୀ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଗଞ୍ଜେଇ ବେପାରୀ ମାନେ ଧରା ପଡି ନ ଥିଲେ ମଧ୍ୟ କାର ସହ ୮୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ରାଜ୍ୟବାହାରକୁ ଚାଲାଣ ହେଉଥିବା ନେଇ ଅନୁମାନ କରୁଛି ପୋଲିସ ।

Leave A Reply

Your email address will not be published.