20 ଟଙ୍କାରେ 80 ଟଙ୍କାର ପିଆଜ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କାର୍ତ୍ତିକ ମାସରେ ବି ପିଆଜ କିଲୋ 80 ଟଙ୍କା । ପିଆଜ ଦରରେ ନିଆଁ ଲାଗିବା ପରେ ଖାଉଟିଙ୍କ ପକେଟ୍ ଉପରେ ବୋଝ ବଢିବାରେ ଲାଗିଛି । ରୋଷେଇ ଘରେ ପଡ଼ିଛି ମହଙ୍ଗା ଭାଳେଣି । ଦର ବୃଦ୍ଧିକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦର କମୁ ନଥିବାରୁ ଦେଖିବାକୁ ମିଳିଛି ଜନ ଅସନ୍ତୋଷ । ବଜାରରେ ପିଆଜ କେଜିକୁ ୮୦ଟଙ୍କା, ହେଲେ କଂଗ୍ରେସ ବିକୁଛି ମାତ୍ର ୨୦ ଟଙ୍କାରେ । ପିଆଜ ଦର ବୃଦ୍ଧି ପାଇଁ ଏପରି ଅଭିନବ ପ୍ରତିବାଦ କରିଛି ରାଜ୍ୟ ଛାତ୍ର କଂଗ୍ରେସ ।

ତେବେ ଏହାକୁ କିଣିବାକୁ ମଧ୍ୟ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପିଆଜ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରା ଯାଇଛି । ପିଆଜ ଦର ନିୟନ୍ତ୍ରଣ ଏବଂ କଳାବଜାରୀ ରୋକିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ଦଳ ।ପିଆଜ ଦର ନିୟନ୍ତ୍ରଣ ଏବଂ କଳାବଜାରୀ ରୋକିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ଦଳ । ଭୁବନେଶ୍ୱରର ପ୍ରଶାନ୍ତି ବିହାର ଚିରଗାଲଟୋଲା ବସ୍ତିରେ ପିଆଜ ବଣ୍ଟନ କରାଯାଉଛି । ପ୍ରତି ଲୋକଙ୍କୁ 2 କେଜି ହିସାବରେ ପିଆଜ ଦିଆଯାଉଛି ।

ଏଠାରେ ମଧ୍ୟ ପିଆଜ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି । ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି । ଏପଟେ ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଥିବା ବେଳେ ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ।

Leave A Reply

Your email address will not be published.