ଆଦିବାସୀ ବାଳିକା ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

0

ଓଡ଼ିଆ ନ୍ୟୁଜ୍: ବାଙ୍ଗିରିପୋଷି ଆଦିବାସୀ ବାଳିକା ହଷ୍ଟେଲରେ ଛାତ୍ରୀ ଗର୍ଭବତୀ।ସ୍କୁଲରେ ଅସୁସ୍ଥତା ପରେ ଡାକ୍ତରଖାନା ନିଆଯାଇଥିଲା। ପରୀକ୍ଷା ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିଥିଲାମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଆଦିବାସୀ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛି।। ଆଦିବାସୀ ହଷ୍ଟେଲରେ ଜଣେ ରହୁଥିବା ଛାତ୍ରୀଙ୍କୁ ଶୁକ୍ରବାର ବାନ୍ତି ଓ ପେଟବ୍ୟଥା ହୋଇଥିଲା। ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେହି ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ସହିତ ଜଣେ ଶିକ୍ଷକ ଉକ୍ତ ଛାତ୍ରୀଙ୍କୁ ନେଇ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ସ୍ଵାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର କହିଛନ୍ତି, ଝିଅଟି ଗର୍ଭବତୀ ହୋଇଛି। ଗତ ଜୁନ ୧୭ ତାରିଖ ସ୍କୁଲ୍‌ ଖୋଲା ହୋଇଥିବା ବେଳେ ସେହି ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ଛାତ୍ରୀ ଜୁଲାଇ ୧୦ ତାରିଖ ବାଳିକା ଆଦିବାସୀ ହଷ୍ଟେଲ କୁ ଆସିଥିଲେ।

ଘରରୁ ହଷ୍ଟେଲକୁ ଛାତ୍ରୀ ଆସିଲେ ସ୍ବାସ୍ଥ୍ୟ ପରୀକ୍ଷା କରିବା କଥା। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ କରିନଥିଲେ। ଝିଅର ପେଟ ବ୍ୟଥା ୧୮ ତାରିଖ ହୋଇଥିବା ବେଳେ ସ୍କୁଲ୍ କର୍ତୁପକ୍ଷ ସ୍ଵାସ୍ଥ୍ୟ ବିଭାଗକୁ ଆଣି ଝିଅର ଚିକିତ୍ସା କରାଇବା ପରେ ଏହି ଘଟଣା ପ୍ରଘଟ ହୋଇଥିଲା। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଏ ବାବଦରେ ସିଡିଏମଓ ସହିତ ପୁଲିସ କୁ ଖବର ଦେଇଥିଲେ। ଝିଅର ଅବିଭାବକ ପରାମର୍ଶ ପରେ ସିଡିଏମଓ ଉପସ୍ଥିତିରେ ଜଣେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶକ୍ରମେ ଝିଅ ଟିର ଅଧିକ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.