ଓଡ଼ିଆ ନ୍ୟୁଜ୍: ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ। ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୮ ପୁରୁଷ ଓ ଜଣେ ମହିଳା ଅଟକ। ଛତର ଯାତ୍ରାରୁ ଚୋରି କରିଥିବା ୩୯ ମୋବାଇଲ ଓ ୪ ବାଇକ୍ ଜବତ।କନ୍ଦବାହାଲର ଏକ ମାର୍କେଟ କମ୍ପ୍ଲକ୍ସରୁ ଧରିଲା ପୋଲିସ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା- ସିଂଧେକେଲା ଯିବା ରାସ୍ତା କନ୍ଧବାହାଲ ଗାଁ ର ମାର୍କେଟ କମ୍ପ୍ଲେସ ଠାରେ କିଛି ଯୁବକ ଚୋରି କରିଥିବା ସାମଗ୍ରୀକୁ ଆଣି ଭାଗବଣ୍ଟା କରୁଥିଲେ।ଏହି ସମୟରେ ଖବର ପାଇ ଚଢାଉ କରିଥିଲା ବଙ୍ଗୋମୁଣ୍ଡା ଓ ସିଂଧେକେଲା ପୋଲିସ । ୮ ଯୁବକ ଓ ଜଣେ ମହିଳା(ମୋଟ ନଅ ଜଣଙ୍କୁ ଧରି ଥାନାକୁ ଆଣି ଅଟକ ରଖି ପଚରାଉଚୁରା କଲା ପରେ ଏମାନେ ସବୁ ଡକାୟତି ଗେଙ୍ଗ ରେ ସାମିଲ ଥିବା ଜଣାପଡିଥିଲା।
ଏମାନେ ଯାତ୍ରାକୁ ଟାର୍ଗେଟ କରି ଆସି ଚୋରି କରିଥିଲେ। ସେମାନଙ୍କ ପାଖରୁ ୩୯ ଟି ମୋବାଇଲ ଫୋନ, ୪ ଟି ମୋଟର ସାଇକେଲ ସହ ଅନ୍ୟାନ୍ୟ ଜିନିଷ କୁ ଜବତ କରିଛି ବଙ୍ଗୋମୁଣ୍ଡା ପୋଲିସ । ଏମାନଙ୍କର ଛତିଶଗଡ଼, ମଧ୍ୟପ୍ରଦେଶ ରାଜ୍ୟ କୁ ଲିଙ୍କ ଥିବା ଜଣାପଡିଛି। ଗତକାଲି କଳାହାଣ୍ଡି ଜିଲ୍ଲା ର ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସେହି ଭିଡ଼ରୁ ଏମାନେ ସବୁ ଚୋରି କରିଥିଲେ। ମୋଟ ୯ ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବେଳେ ସେମାନଙ୍କୁ କଳାହାଣ୍ଡି ଜିଲା ଭବାନୀପାଟଣା ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।