୬ କିଲୋମିଟର ଚାଲିଲେ ୯୦ ଆଦିବାସୀ ଛାତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଣଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲା ରେ ଅବ୍ୟବସ୍ଥା ପରୀକ୍ଷା ଦେବା ପାଇଁ ୬ କିଲୋମିଟର ଚାଲିଲେ ୯୦ ଛୋଟଛୋଟ ଆଦିବାସୀଛାତ୍ରୀ। ପରୀକ୍ଷା ଦେବା ପାଇଁ ୬ କିଲୋମିଟର ପଦରେ ଚାଲିଲେ ୯୦ ଜଣ ଆଦିବାସୀଛାତ୍ରୀ ।ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋ ମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ। ସ୍କୁଲ ଓ ଗଣଶିକ୍ଷା ବିଭାଗର ଦୈତନିତୀ ପାଇଁ ପ୍ରାୟତଃ ବିବାଦଘେରରେ ରହିଛି ଶିକ୍ଷାବିଭାଗ ଓ ବିଭାଗୀୟ ଅଧିକାରୀ।

ଉଲ୍ଲେଖଯୋଗ୍ୟ ଜିଲ୍ଲାର ବିଧାୟକ ଏବେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦାୟିତ୍ବରେ ଅଛନ୍ତି। ହେଲେ ଏହି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସବୁସ୍ତରରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ତେବେ ଅନେକ ସମୟରେ ବଦଳି ନ ହେବାରୁ ଗୋଟିଏ ସ୍ଥାନରେ ଦୀର୍ଘବର୍ଷ ଖୁଣ୍ଟ ଭଳି ରହୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଦାୟିତ୍ବହୀନ ଭାବେ କାର୍ଯ୍ୟ ସମ୍ପାଦନ କରି ଶିକ୍ଷାବିଭାଗକୁ ବିବାଦ ମଧ୍ୟକୁ ଟାଣିଆଣି ଥାନ୍ତି ବୋଲି ଆଲୋଚନା ହେଉଥିବା ବେଳେ ସ୍ୱୟଂ ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି।

ତେବେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ଅଧୀନ ଭାଲିଆଡିହା ପଞ୍ଚାୟତ ଭାଲିଆଡିହା କେ ଜି ବି ଭି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ୪ର୍ଥ ଓ ୫ମ ଶ୍ରେଣୀର ମୋଟ ୯୦ ଜଣ ଛାତ୍ରୀ ରାସ୍ତାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ସ୍ଥାନୀୟ ସାଧାରଣ ଲୋକଙ୍କୁ ଆଚମ୍ବିତ କରିଥିଲା। ଚାଲି ଚାଲି ଯାଉଥିବା କାରଣ ସମ୍ବନ୍ଧରେ ପଚାରିବାରୁ ଜଣାପଡିଲା ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ଛାତ୍ରୀମାନଙ୍କୁ ବାରମାଇଲ ଉପେନ୍ଦ୍ରନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ପରୀକ୍ଷାକେନ୍ଦ୍ରକୁ ଚଲାଇ ଚଲାଇ ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଜେନା ନେବା ଆଣିବା କରାଇଥିଲେ। ଯାହାକୁନେଇ ଅଭିଭାବକ ଏବଂ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଦୃଢ ନିନ୍ଦା କରିଥିଲେ।

ସୂଚନାଯୋଗ୍ୟ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ବିଗତ ୧୧ବର୍ଷଧରି ଉକ୍ତ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ଵ ତୁଲାଇ ଆସୁଛନ୍ତି। ସେହିପରି ବିଦ୍ୟାଳୟ
ଏସ ଆଇ ଜି ଗ୍ରାଣ୍ଟରେ ଟଙ୍କା ଥିବା ସତ୍ତ୍ୱେ କୁନି କୁନି ଆଦିବାସୀ ଛାତ୍ରୀମାନଙ୍କୁ ଦୀର୍ଘ ୬ କିଲୋମିଟର ରାସ୍ତା ଚଲାଇବା ଘଟଣାର ଦୃଢନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଚନ୍ତି ସୂଚନା ଅଧିକାର ତଥା ସାମାଜିକ କର୍ମି ମହେଶ୍ବର ମହାନ୍ତିଙ୍କ ସମେତ ଅଞ୍ଚଳର ସଚେତନ ନାଗରିକମାନେ। ଅନ୍ୟପଟେ ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କୁ ପଚାରିବାରୁ ଛାତ୍ରୀ ମାନଙ୍କୁ ଗାଡିରେ ନେବା ପାଇଁ କୌଣସି ଅନୁଦାନ ନ ଥିବାରୁ ବିଲ ରାସ୍ତାରେ ଚଲାଇ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେଇଥିବା ପ୍ରକାଶ କରି ସ୍ୱୀକାର କରିଥିଲେ । ତେବେ ଆଜିର ଏହି ଅମାନବୀୟ ଘଟଣା ସମ୍ପର୍କରେ ବିଇଓ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.