ପୋଲିସ ପଦକରେ ସମ୍ମାନିତ ହେବେ ଦେଶର ୯୫୪ ପୋଲିସ୍, ଜାଣନ୍ତୁ ଓଡିଶାରୁ କେଉଁମାନେ ପାଇବେ
ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆସନ୍ତାକାଲି ୭୭ତମ ସ୍ୱାଧୀନତା ଅବସରରେ ଦେଶର ୯୪୫ ପୋଲିସଙ୍କୁ ପାଲିସ୍ ମେଡାଲରେ ସମ୍ମାନିତ କରାଯିବ । ସାହସିକତା ପାଇଁ ଦେଶରେ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଦିଆଯିବ। ୨୨୯ଜଣଙ୍କୁ ସାହସିକତା ପାଇଁ ପୋଲିସ ପଦକ, ୮୨ଜଣଙ୍କୁ ଅତି ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଓ ୬୪୨ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ।
ସେମାନଙ୍କ ମଧ୍ୟରୁ ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ପୋଲିସ ପଦକ। ସୁବେଦାର ପ୍ରହ୍ଲାଦ ହିମିରିକା, ଏସଆଇ ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହା ଓ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ଦିଆଯିବ। ଅତି ଉଲ୍ଲେଖନୀୟ ସେବା ପାଇଁ ଏଡିଜେ ସଂଜୟ କୁମାର, ଅତିରିକ୍ତ ଏସପି ରବୀନ୍ଦ୍ରନାଥ ଶତପଥୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ।
ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ଦିଆଯିବ। ଆଇଜି ଡ. ଦୀପକ କୁମାର, ଅତିରିକ୍ତ ଏସପି ଅନନ୍ତ ଚରଣ ପତିଙ୍କୁ ପଦକ ଦିଆଯିବ । ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡା, ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତୀର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନଷ୍ଟେବଳ ସୁଶାନ୍ତ କୁମାର ମାଝୀ ଓ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ପ୍ରଂଶସନୀୟ ସେବା ପାଇଁ ପଦକ ଦିଆଯିବ ବୋଲି ସୂଚନା ମିଳିଛି ।