କାର୍ତ୍ତିକ ମାସକୁ କାହିଁକି ଧାର୍ମୀକ ମାସ କୁହାଯାଏ ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହିନ୍ଦୁ ଧର୍ମରେ ମାସ ମାନଙ୍କ ଭିତରୁ କାର୍ତ୍ତିକ କୁ ଶ୍ରେଷ୍ଠ ମାସ ବୋଲି ବିବେଚନା କରାଯାଇ ଥାଏ । ଏହି ମାସରେ ଦାନ , ଧର୍ମ , ପୂଜା ପାଠ ଆଦି କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । କୁମାର ପୂର୍ଣ୍ଣିମା ପରଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣମୀ ରେ ଶେଷ ହୋଇଥାଏ । କାର୍ତିକ ମାସକୁ ଧାର୍ମିକ ମାସ ବୋଲି କୁହାଯାଏ ।

ଏହି ମାସରେ ଭଗବାନଙ୍କ ନାମ ସଙ୍କିତର୍ତ୍ତନ , ହବିଷ ଆଦି ହୋଇଥାଏ । ମନରେ ଧାର୍ମିତ ବାତାବରଣ ସୃଷ୍ଟି ହୋଇଥାଏ । ଏହି ମାସରେ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । କାର୍ତ୍ତିକ ମାସରେ ପ୍ରାତଃ ସ୍ନାନର ମହତ୍ୱ ରହିଛି । ବ୍ରହ୍ମ ମୁହୂର୍ତ୍ତରେ ଶର୍ଯ୍ୟା ତ୍ୟାଗ କରି ସ୍ନାନ କଲେ ପୂନ୍ୟ ମିଳିଥାଏ । ଏହି ମାସରେ ତୁଳସୀ ଚଉରା ପୂଜା କରିବାର ବିଶେଷ ଗୁରୁତ୍ୱ ରହିଛି । ତୁଳସୀ ଗଛ ମୂଳେ ଚିତା ଝୋଟି ପକାଇ ଦ୍ୱିପ ଧୂପ ଦେଇ ପୂଜା କରାଯାଇଥାଏ । ପୌରାଣିକ କଥା ଅନୁଯାୟୀ କର୍ତ୍ତିକ ମାସରେ ବହୁ ନୀତି ନିୟମ ରହିଥାଏ ।

ପ୍ରାତଃ ସ୍ନାନ , ବୃନ୍ଦାବତୀ ପୂଜନ , ଶାକାହାରୀ ଭୋଜନ, ଦାନ ଧର୍ମ , ହବିଷ ଆଦି କରାଯାଇଥାଏ । ଏହି ମାସରେ ବିଶେଷତଃ ସୋମବାର , ଏକାଦଶୀ, ଦୀପାବଳୀ ଅଁଳା ନବନୀ , ରାଧାପାଦ ଦର୍ଶନ , କାର୍ତିକେୟ ପୂଜା, ତୁଳସୀ ବିବାହ , ବଡ ଓଷା , ପଂଚୁକ ବ୍ରତ , କାର୍ତ୍ତିକ ବ୍ରତ ଆଦି ପଡିଥାଏ । ଏହି ମାସରେ ବିଧବା ନାରୀ ବା ମା ମାନେ ହବିଷ କରିଥାନ୍ତି । ବିଶେଶ କରି ପୁରୀ ଜଗନ୍ନାଥ ମନ୍ଦିରରେ ସଙ୍କଳ୍ପ କରି ହବିଷ କରିଥାନ୍ତି । ଏହି ବ୍ରତ ସମୟରେ ବୃନ୍ଦାବତୀ ଓ ଦାମୋଦର ବେଶକୁ ପୂଜା କରାଯାଏ । ବିନା ପିଆଜ ରସୁଣରେ ଭୋଜନ ପ୍ରସ୍ତୁତ କରି ଖାଇଥାନ୍ତି । ଏହି ମାସରେ ଆମିଷ ଏବଂ ପିଆଜ ରସୁଣ ଆଦି ବର୍ଜନ ହୋଇଥାଏ । ତୁଳସୀ ଚଉରା ଆଗରେ କାର୍ତ୍ତିକ ମାହାତ୍ମ୍ୟ ବହି ପାଠ କରାଯାଏ । ବଡ ଓଷା ବା ପଂଚୁକରୁ ଶୌବ ପୀଠ ମାନଙ୍କରେ ପୂଜାର୍ଚନା ଆରମ୍ଭ ହୋଇଥାଏ । କାର୍ତ୍ତିକ ମାସ ଡଙ୍ଗା ଭସା ହୋଇଥାଏ । ଶିବ ମନ୍ଦିର ମାନଙ୍କରେ ପୂଜାର୍ଚ୍ଚନା ହୋଇଥାଏ । ଏହି ମାସକୁ ଧାର୍ମିକ ମାସ ବୋଲି କୁହାଯାଏ ।

Leave A Reply

Your email address will not be published.