ବୁଲେଟ୍ ଟ୍ରେନ୍କୁ ନେଇ ଚର୍ଚ୍ଚା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୁଲେଟ୍ ଟ୍ରେନ୍ । ଏହାକୁ ନେଇ ଖୁବ୍ ଚର୍ଚ୍ଚା । ଦେଶରେ ୨୦୨୬ରୁ ଦୌଡିବ ବୁଲେଟ୍ ଟ୍ରେନ । ଏହି ଟ୍ରେନ୍ ଦେଖିବାକୁ ବହୁତ୍ ଅଲଗା । ଏହାର ମୁହଁ ଖୁବ୍ ଲମ୍ବା । କିନ୍ତୁ କାହିଁକି ? ଏହା ପଛର କାରଣ କଣ ? ଆସନ୍ତୁ ଜାଣିବା,

ବାସ୍ତବରେ ବୁଲେଟ୍ ଟ୍ରେନ୍ ଏକ ହାଇସ୍ପିଡ୍ ଟ୍ରେନ୍ । ଏହି ଟ୍ରେନ ଘଣ୍ଟା ପ୍ରତି ୩୨୦ କିଲୋମିଟର ସ୍ପିଡ୍ରେ ଗତି କରିଥାଏ । ଏହି ଟ୍ରେନ୍କୁ ବର୍ତ୍ତମାନ ଟ୍ରେନ୍ଠାରୁ ଭିନ୍ନ ଭାବେ ଡିଜାଇନ୍ କରାଯାଉଛି । ଏହାର ମୁଖଭାଗ ପ୍ରାୟ ୧୫ ମିଟର ଲମ୍ବା । ବର୍ତ୍ତମାନ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ର ମୁଖ ଭାଗକୁ ନେଇ ବହୁତ ଚର୍ଚ୍ଚା । ବାସ୍ତବରେ ଏହି ଟ୍ରେନ୍ର ମୁହଁ ଲମ୍ବା ହେବାର ଅନେକ କାରଣ ରହିଛି । ଏହାର ମୁଖ୍ୟ କାରଣ ହେଉଛି ଟ୍ରେନ୍ର ଶବ୍ଦ । ଏହା ହାଇସ୍ପିଡ୍ ଟ୍ରେନ୍ ହୋଇଥିବାରୁ ଏହାର ଶବ୍ଦ ବହୁତ ଅଧିକ ହେବ । ଶବ୍ଦରୁ ବର୍ତ୍ତିବା ପାଇଁ ଏହାର ମୁଖକୁ ଏପରି ଲମ୍ବା କରାଯାଇଥାଏ । ଜାପାନ ମେଟ୍ରୋ ସେବା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଦେଶରେ ସର୍ବପ୍ରଥମେ ୧୯୬୪ ମସିହାରେ ବୁଲେଟ ଟ୍ରେନ ଭଳି ହାଇସ୍ପୀଡ୍ ଟ୍ରେନ୍ ଚଳାଚଳ କରିବା ଆରମ୍ଭ କରିଥିଲା।ଯେତେବେଳେ ଏହି ଟ୍ରେନ୍ କୌଣସି ସୁଡ଼ଙ୍ଗରୁ ବାହାରୁଥିଲା

ସେତେବେଳେ ବହୁତ ଜୋରରେ ଶବ୍ଦ ଶୁଣାଯାଉଥିଲା । ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ଜାପାନୀ ଇଞ୍ଜିନିୟର ଏକ ଉପାୟ ଆପଣାଇଥିଲେ । ନ୍ୟାସନାଲ ହାଇସ୍ପିଡ୍ ରେଳ କର୍ପୋରେସନ୍ ଲିମିଟେଡ୍ ଅଧିକାରୀ କହିଛନ୍ତି ଯେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଶିନକାନସେନ ଇ-୫ ସିରିଜ୍ ବୁଲେଟ୍ ଟ୍ରେନ୍ ହେବ । ଏହି ସିରିଜ ବୁଲେଟ ଟ୍ରେନ ଏହାର ଲମ୍ବା ପାଇଁ ଜଣାଶୁଣା।ଏହି ବୁଲେଟ ଟ୍ରେନ ଘଣ୍ଟା ପ୍ରତି ୩୨୦ କିଲୋମିଟର କିମ୍ବା ଏହା ଠାରୁ ଅଧିକ ବେଗରେ ଚାଲିଥାଏ । ଯେତେବେଳେ ଟ୍ରେନ୍ ଚାଲିଥାଏ ସେତେବେଳେ ନିର୍ଗତ ହେଉଥିବା ଶବ୍ଦକୁ କମ୍ କରାଯାଇପାରେ । ଯେତେବେଳେ କୌଣସି ଏକ ହାଇ ସ୍ପୀଡ୍ ଟ୍ରେନ୍ ଏକ ସୁଡ଼ଙ୍ଗ ମଧ୍ୟରେ ଗତି କରିଥାଏ, ସେତେବେଳେ ବନ୍ଦ ସ୍ଥାନ ହେତୁ ଟ୍ରେନ ବାୟୁକୁ ଆଗକୁ ଠେଲିଥାଏ।

ଯେଉଁ କାରଣରୁ ବାୟୁ ଚାପ ତରଙ୍ଗ ସୃଷ୍ଟି ହୋଇଥାଏ । ଯେତେବେଳେ ଟ୍ରେନ୍ ସୁଡଙ୍ଗ ମଧ୍ୟରେ ରକେଟ ଭଳି ଗତି କରିଥାଏ । ସେତେବେଳେ ୭୫ ଡେସିବଲ ଠାରୁ ଅଧିକ ଶବ୍ଦ ତରଙ୍ଗ ସୃଷ୍ଟି ହୋଇଥାଏ। ଯାହାର ପ୍ରଭାବ ପ୍ରାୟ ୫୦୦ ମିଟର ଦୂରତା ପର୍ୟ୍ୟନ୍ତ ସମସ୍ତ ଦିଗରେ ଅନୁଭବ କରାଯାଇପାରେ।ଜାପାନୀ ଇଞ୍ଜିନିୟର ଏହି ସମସ୍ୟାର ସମାଧାନ ଏକ ମାଛରଙ୍କା ପକ୍ଷୀ ପାଖରୁ ପାଇଥିଲେ । ହାଇସ୍ପୀଡ୍ ଟ୍ରେନର ଶବ୍ଦକୁ ନିୟନ୍ତ୍ରଣ କରିବା ପାଇଁ ଜାପାନୀ ଇଞ୍ଜିନିୟର ମାଛରଙ୍କା ପକ୍ଷୀର ଥଣ୍ଟ ଭଳି କରି ଦେଇଥିଲେ । ଏପରି କରିବା ଦ୍ବାରା ଶବ୍ଦ ନିୟନ୍ତ୍ରଣ ହେବା ସହ ଇନ୍ଧନ ଦକ୍ଷତା ମଧ୍ୟ ବଢିଥିଲା । ଆଉ ବୁଲେଟ୍ ଟ୍ରେନ୍ର ବେଗ ମଧ୍ୟ ବୃଦ୍ଧି ପାଇଥିଲା ।

Leave A Reply

Your email address will not be published.