ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମ ଅଭିଯୁକ୍ତ ଫେରାର ମାରିଥିବାର ସୂଚନା ରହିଛି। ତାକୁ ଧରିବା ଲାଗି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି। ଗୁରୁତର ନାବାଳିକାଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି।
ଏନେଇ ବାରଙ୍ଗ ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି। ତେବେ ସୂଚନା ମୁତାବକ, ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ବାପାମା’ କାମ କରୁଥିଲେ। ସେହିଠାରେ ହିଁ ରହୁଥିଲେ।ନା ବାଳିକା ମଧ୍ୟ ସେଠାରେ ରହୁଥିଲେ। ସେହି ଇଟା ଭାଟିରେ ଝାରଖଣ୍ଡର ଜଣେ ଯୁବକ କାମ କରୁଥିଲେ। ସେ ମଧ୍ୟ ସେଠାରେ ରହୁଥିଲେ। ସଂପୃକ୍ତ ଯୁବକ ଜଣକ ଗତକାଲି ନାଳବିକାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଅଭିଯୁକ୍ତ ଜଣକ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
Comments are closed.