ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀର ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ୭ ବର୍ଷୀୟା ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସକାଳେ ସ୍ଥାନୀୟ ଏକ ହନୁମାନ ମନ୍ଦିର ନିକଟରୁ ଶିଶୁକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଶିଶୁଟିକୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି।
ତେବେ ସୂଚନା ମୁତାବକ, ନାବାଳିକା ଜଣଙ୍କ ସକାଳେ ବାଥରୁମ ଯାଇଥିବା ବେଳେ ଆଉ ନଫେରିବାରୁ ଘର ଲୋକ ଦେଖିବାରୁ ସେ ନିଖୋଜ ଥିବା ଜାଣିଥିଲେ । ବହୁ ଖୋଜାଖୋଜି ପରେ ନାବାଳିକା ଜଣଙ୍କ ଏକ ମନ୍ଦିର ପାଖ ଘରୁ ଉଦ୍ଧାର ହୋଇଥିଲେ । ତାଙ୍କ ଶରୀରରେ କ୍ଷତ ଅବସ୍ଥାରେ ରହିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।
ଅଭିଯୋଗ ପାଇବା ପରେ ନାବାଳିକାଙ୍କର ଡାକ୍ତରୀ ମାଇନା କରିବା ସହିତ ତାଙ୍କ ବୟାନ ରେକର୍ଡ କରି ବିଭିନ୍ନ ସ୍ଥାନର ସିସିଟିଭି ଯାଞ୍ଚ କରି ଅଧିକ ତଦନ୍ତ ଚଳାଇଛି । ଅଭିଯୋଗ ଅନୁସାରେ, ୭ ବର୍ଷୀୟା ଶିଶୁକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି। ଥାନାରେ ଏତଲା ଦିଆଯିବା ପରେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଛି।