ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୬ ଟଙ୍କା ପାଇଁ ଦେବାକୁ ପଡ଼ିବ ୩୩ ହଜାର ଟଙ୍କାର ଫାଇନ୍ । ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ୍ ନ ଦେବାରୁ ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି । ଏନେଇ ସୂର୍ଯ୍ୟକାନ୍ତ ବାଗ ଓରଫ ସୁଶାନ୍ତ, ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।
ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ସେପଟେ ବଲାଙ୍ଗିର ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷ କହିଛନ୍ତି, ଖାଉଟି ଅଦାଲତଙ୍କ ଆଦେଶ ଉପରେ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ। ତେବେ ସୂଚନା ମୁତାବକ, ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ।
ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନ ଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ଏନେଇ ସୂର୍ଯ୍ୟକାନ୍ତ ବାଗ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏନେଇ ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି।