ଷ୍ଟକବଜାରରେ ବଡ଼ ଧରଣର ହ୍ରାସ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ଭାରତୀୟ ଷ୍ଟକ ବଜାରରେ  ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। ଆଜି ଦିନକ ମଧ୍ୟରେ ବିଏସଇ ସେନସେକ୍ସ ୧୦୦୦ ପଏଣ୍ଟ ହ୍ରାସ ପାଇଥିବା ବେଳେ ଏନଏସଇ ନିଫ୍ଟି ମଧ୍ୟ ୩୦୦ ପଏଣ୍ଟ ହ୍ରାସ ପାଇଥିଲା । ଅର୍ଥାତ୍ ଉଭୟ ସୂଚକାଙ୍କ ଯଥାକ୍ରମେ ୧.୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ଏହି ହ୍ରାସ ଫଳରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି ଏବଂ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ତେବେ ବଜାର ବନ୍ଦ ହେବା ବେଳକୁ ସ୍ଥିତିରେ ଟିକିଏ ଉନ୍ନତି ଆସିଥିଲା ଓ ସେନସେକ୍ସ ୬୭୬ ପଏଣ୍ଟ ହ୍ରାସ ସହ ୬୫,୭୮୨.୭୮ ପଏଣ୍ଟରେ ବନ୍ଦ ହୋଇଥିଛି । ସେହିପରି ନିଫଟି ୨୦୭ ପଏଣ୍ଟ ହ୍ରାସ ସହ ୧୯୫୨୬ ପଏଣ୍ଟରେ ବନ୍ଦ ହୋଇଛି । ଆଜିର ଜବରଦସ୍ତ ହ୍ରାସ ଫଳରେ ନିବେଶକମାନେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ହରାଇଛନ୍ତି ।

ଗତକାଲିର ବଜାର ପୁଞ୍ଜି ୩୦୬.୮୦ ଲକ୍ଷ କୋଟି ଟଙ୍କା ଥିବା ବେଳେ ଆଜି ତାହା ୩୦୧.୬୯ ଲକ୍ଷ କୋଟିଟଙ୍କାକୁ ଖସି ଆସିଛି । ଅର୍ଥାତ ୫ ଲକ୍ଷ କୋଟି କମିଛି ।ଆଜିର କାରବାରରେ ବ୍ୟାଙ୍କ ଷ୍ଟକଗୁଡ଼ିକରେ ହ୍ରାସ ପରିଲକ୍ଷିତ ହୋଇଛି । ବ୍ୟାଙ୍କ ନିଫ୍ଟିରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳୁଛି ଏବଂ ଏହା ଆଜି ୮୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିଲା ।

Leave A Reply

Your email address will not be published.