ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଳେଶ୍ୱର ପୋଲିସକୁ ବଡ଼ ସଫଳତା ୫୬୩ଗ୍ରାମର ବ୍ରାଉନସୁଗାର ଜବତ ପଶ୍ଚିମବଙ୍ଗ ରାଜ୍ୟ କଣ୍ଟେଇ ଅଂଚଳର ଜଣେ ବ୍ରାଉନସୁଗାର ମାଫିଆ ଗିରଫ |ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର SP ସାଗରିକା ନାଥ |
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ | ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳ ଏବେ ବ୍ରାଉନ କାରାବର ହବ ପାଲଟିଛି |ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ଜଳେଶ୍ୱର ଥିବାବେଳେ ସୀମାରେ ପୋଲିସର ଚେକିଙ୍ଗ ନଥିବାରୁ ପଶ୍ଚିମବଙ୍ଗ ଅଂଚଳରୁ ବ୍ରାଉନସୁଗାର ଅବାଧରେ ପ୍ରବେଶ କରୁଛି | ଏହାଉପରେ ରୋକ ଲଗେଇବା ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି |
ତେବେ ଗତ ଶନିବାର ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ ରାଜ୍ୟ କଣ୍ଟେଇ ଅଂଚଳର ଏକ ୪୧ବର୍ଷର ଯୁବକ ଏକ ୟାମାହା ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଜଳେଶ୍ୱର ଅଂଚଳକୁ ଆସୁଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଆମ୍ବଳିଅଠା ଠାରେ ଚଢ଼ାଉ କରିଥିଲା |ଚଢ଼ାଉ ସମୟରେ ତାଙ୍କ ନିକଟରୁ ୫୬୩ ଗ୍ରାମ ବ୍ରାଉନ ସୁଗାର ମିଳିଥିଲା | ଯାହାର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବାଲେଶ୍ୱର SP ସାଗରିକା ନାଥ | ପୋଲିସ ଉକ୍ତ ବ୍ରାଉନ ସୁଗାର ମାଫିଆକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି |