ଗୁରୁଗ୍ରାମରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁରୁଗ୍ରାମରେ ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି। ରାସ୍ତାର ଭୁଲ୍‌ ପାର୍ଶ୍ବରେ ଯାଉଥିବା ଜଣେ କାର୍‌ ଚାଳକ ପିଟିଦେବାକୁ ବାଇକ୍‌ରେ ଯାଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକ ଜଣକ ହେଉଛନ୍ତି ୨୩ ବର୍ଷ ବୟସ୍କ ଅକ୍ଷତ ଗର୍ଗ। ସେ ରବିବାର ଦିନ ଡିଏଲ୍‌ଏଫ୍‌ ଫେଜ୍‌-୨ର ଗଲ୍‌ଫ କୋର୍ସ ରୋଡ୍‌ରେ ନିଜ ସାଙ୍ଗମାନଙ୍କ ସହ ବାଇକ୍‌ ନେଇ ଯାଉଥିଲେ।

ସେହି ସମୟରେ କାର୍‌ଟି ଆସି ତାଙ୍କୁ ପିଠି ଦେଇଥିଲା। ସୂଚନା ଅନୁସାରେ, ଗୁରଗ୍ରାମର ଗଲ୍ଫ କୋର୍ସ ରୋଡ DLF ଫେଜ୍-୨ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭାଇରାଲ୍ ଭିଡିଓ ଅନୁସାରେ, ଅକ୍ଷତ ଗର୍ଗ ଏକ ବାଇକରେ ଯାଉଥିଲେ। ଏହି ସମୟରେ ହଠାତ୍ ଅପର ପକ୍ଷରୁ ଏକ କାର୍ ଆସିଥିଲା। ଗର୍ଗ ଏହି କାରକୁ ସାମ୍ନାରୁ ଧକ୍କା ଦେଇଥିଲେ। ବାଇକର ବେଗ ଅଧିକ ଥିବାରୁ ସେହିଠାରେ ହିଁ ଅକ୍ଷତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଏକ ବାଇକରେ ଯାଉଥିବା ଅକ୍ଷତଙ୍କ ବନ୍ଧୁ ପୂରା ଘଟଣାର ଦୃଶ୍ୟ କଏଦ କରିଛନ୍ତି।

କାରଣ ତାଙ୍କ ବାଇକରେ ଗୋପ୍ରୋ ଆକ୍ସନ କ୍ୟାମେରା ଲଗାଯାଇଥିଲା। ଏ ସମସ୍ତ ଘଟଣା ତାଙ୍କ ବନ୍ଧୁଙ୍କ ବାଇକରେ ଲଗାଯାଇଥିବା ଗୋପ୍ରୋ ଆକ୍ସନ୍ କ୍ୟାମେରାରେ କଏଦ ହୋଇଛି। ସେପଟେ, ପୁଲିସ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବେଲ୍ ମିଳିଛି। ରଙ୍ଗ୍ ରୁଟରେ ଗାଡ଼ି ଚାଳନା ଉପରେ କଠୋର ନିୟମ ଆଣିବାକୁ ଦାବି କରାଯାଉଛି।

Leave A Reply

Your email address will not be published.