ପୋଲ ତଳୁ ମିଳିଲା ଗଳିତ ମୃତଦେହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୦ ଦିନ ହେଲା ନିଖୋଜ ଥିଲେ ଯୁବକ, ଯୁବତୀ। ପୋଲ ତଳୁ ମିଳିଲା ଦୁଇ ଜଣଙ୍କର ଗଳିତ ମୃତଦେହ।  ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରେ ପଡ଼ି ରହିଛି ମୃତଦେହ। ୨ ମୃତକ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ତେବେ ଗତ ୧୧ ଦିନ ହେବ ଉଭୟ ନିଖୋଜ ଥିଲେ।

ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ ଥିବା ବେଳେ ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ଯୁବକ, ଯୁବତୀଙ୍କ ମୃତଦେହ ପୋଲ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଯୁବକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପକ୍ଷରେ ଯୁବତୀଙ୍କ ନିଖୋଜ ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ଯୁବକ, ଯୁବତୀଙ୍କୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ମୃତଦେହ ଗଣ୍ଡିମୁଣ୍ଡ ଅଲଗା ଅବସ୍ଥାରେ ମିଳିଥିଲା। ତେବେ ଯୁବକଯୁବତୀଙ୍କ କିଏ ହତ୍ୟା କଲା ଓ କାହିଁକି କଲା ଓ ହତ୍ୟାକାଣ୍ଡ ପଛର କାରଣ କଣ ହୋଇପାରେ ତାହା ଅସ୍ପଷ୍ଟ ରହିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.