ଫ୍ରାନ୍ସରେ ଅଟକିଲା 303 ଭାରତୀୟଙ୍କୁ ନେଇ ଉଡାଣ ଭରିଥିବା ଚାଟାର୍ଡ ବିମାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଫ୍ରାନ୍ସରେ ଅଟକିଲା 303 ଭାରତୀୟଙ୍କୁ ନେଇ ଉଡାଣ ଭରିଥିବା ଚାଟାର୍ଡ ବିମାନ । ମାନବ ଚାଲାଣ ସନ୍ଦେହରେ ବିମାନଟିକୁ ଅଟକ ରଖାଯାଇଛି । ବିମାନଟି ଦୁବାଇରୁ ନିକାରାଗୁଆ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ବିମାନଟିକୁ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଅଟକ ରଖାଯାଇଛି । ତେବେ ଏହା ଫ୍ରାନ୍ସର ଏକ ଛୋଟ ବିମାନ ବନ୍ଦର ଭ୍ୟାଟ୍ରିରେ ଇନ୍ଧନ ଭର୍ତ୍ତି କରିବାକୁ ଓହ୍ଲାଇଥିଲା । ସେଥିରେ ୩୦୩ ଜଣ ଭାରତୀୟ ଥିଲେ । ଏହି ବିମାନକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ । ଗୁପ୍ତ ସୂତ୍ରରୁ ଖବର ପାଇ ଏହି ବିମାନରେ ମାନବ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ତେଣୁ ବିମାନଟି କେଉଁ କାରଣରୁ ନିକରାଗୁଆ ଯାଉଥିଲା, ଏହି ଯାତ୍ରାର ଅଭିପ୍ରାୟ କଣ, ତାହା ଜାଣିବାକୁ ଚେଷ୍ଟା ଚାଲିଛି ।

ଭାରତୀୟ ଦୂତବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦୁବାଇରୁ ନିକାରାଗୁଆ ଅଭିମୁଖେ 303 ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ବୈଷୟିତ ଯାଞ୍ଚ ଲାଗି ଫ୍ରାନ୍ସରେ ଅବତରଣ କରିବା ପରେ ଅଟକ ରଖାଯାଇଛି । ଯେଉଁଥିରେ ଅଧିକାଂଶ ଯାତ୍ରୀ ଭାରତୀୟ ରହିଛନ୍ତି । ଦୂତାବାସ ଟିମ ବିମାନବନ୍ଦରରେ ପହଞ୍ଚିଛି ଯାତ୍ରୀଙ୍କୁ ହେପାଜତକୁ ନେଇଛି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାଞ୍ଚ କରାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।

ନିକାରାଗୁଆ ଅଭିମୁଖେ ଯାତ୍ରା କରୁଥିବା ଏକ ଚାର୍ଟର୍ ଫ୍ଲାଇଟକୁ ଫ୍ରାନ୍ସରେ ଅଟକ ରଖାଯାଇଛି । ବିମାନ ଯାତ୍ରାର ସର୍ତ୍ତ ଏବଂ ଉଦ୍ଦେଶ୍ୟ ଉପରେ ନ୍ୟାୟିକ ତଦନ୍ତ ଆରମ୍ଭ ହୋଇଛି । ଅପରାଧ ବିଶେଷଜ୍ଞ ଏକ ୟୁନିଟ୍ ମାନବ ଚାଲାଣର ସନ୍ଦେହର ବିମାନରେ ଅନୁସନ୍ଧାନ କରୁଛି ଏବଂ ପଚରାଉଚରା ପାଇଁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପ୍ୟାରିସ୍ ପବ୍ଲିକ ପ୍ରସିକ୍ୟୁସନ ଅଫିସ ତରଫରୁ କୁହାଯାଇଛି । ବିମାନରେ ଥିବା ଯାତ୍ରୀ ମାନବ ଚାଲାଣର ଶିକାର ହୋଇପାରନ୍ତି ବୋଲି ଏକ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ବିମାନକୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.