ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ଟଙ୍କା ଦେବାକୁ କହି ଅଢ଼େଇ କୋଟି ଟଙ୍କା ଠକି ନେଇଥିଲା ଠକ: ନୋଏଡ଼ାରୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଅଭିଯୁକ୍ତ ହିମାଂଶୁ ଭଣ୍ଡାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ହିମାଂଶଙ୍କୁ ନୋଏଡାରୁ ଗିରଫ କରିଛି ଇଓଡବ୍ଲ୍ୟୁ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ଟଙ୍କା ଦେବାକୁ କହି ଠକୁ ଥିଲେ ହିମାଂଶୁ । ୨ କୋଟି ୩୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁକୁ ନୋଏଡ଼ାରୁ ଗିରଫ କରାଯାଇଛି । କେନ୍ଦ୍ର ସରକାରଙ୍କ ଏକ ବୀମା ପଲିସିରେ ୩ କୋଟି ଟଙ୍କା ଦେବାକୁ କହି ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକି ନେଇଥିଲା ହିଂମାଶୁ । ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ବୋଲି ପରିଚୟ ଦେଇ ପ୍ରମୋଦଙ୍କୁ ଫୋନ କରି ପରେ ଟଙ୍କା ଠକି ନେଇଥିଲା ହିଂମାଶୁ । ଏନେଇ ୨୦୧୯ରେ ଥାନାରେ ଅଭିଯୋଗ କରିଥିଲେ ପ୍ରମୋଦ । ପ୍ରମୋଦଙ୍କ ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ହିଂମାଶୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ।

ଅଭିଯୋଗ ଅନୁଯାୟୀ,ହିମାଂଶୁ ନିଜକୁ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଦର୍ଶାଇ ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ପ୍ରମୋଦଙ୍କ ବୀମା ପଲିସ୍‌ ଚୟନ ହୋଇଥିବା କହିଥିଲା । ୨ କୋଟି ୩୫ ଲକ୍ଷ ଟଙ୍କା ଦେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ୩ କୋଟି ଟଙ୍କା ଦିଆଯିବ ବୋଲି କହିଥିଲା ଅଭିଯୁକ୍ତ ।

ହିମାଂଶୁ ନିଜକୁ ମିନିଷ୍ଟ୍ରି ଅଫ୍‌ ଫାଇନାନ୍ସ ଅଧିକାରୀଙ୍କ ମିଛ ପରିଚୟ ଦେଇଥିଲା । ହିମାଂଶୁଙ୍କ କଥାକୁ ବିଶ୍ୱାସ କରି ପ୍ରଥମେ କିଛି ଟଙ୍କା ଟ୍ରାନ୍ସଫର କରିଥିଲେ ପ୍ରମୋଦ । ୨୦୧୯ ନଭେମ୍ବର ୧୯ରୁ ୨୦୨୧ ମସିହା ଫେବ୍ରୁଆରୀ ୪ ମଧ୍ୟରେ ସେ ମୋଟ ୨ କୋଟି ୩୫ ଲକ୍ଷ ଟଙ୍କା ଟ୍ରାନ୍‌ସଫର କରିଥିଲା । ଏହାପରେ ପ୍ରମୋଦଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିଲା । ଏଥିସହ ତାଙ୍କ ନିକଟକୁ ଯେଉଁ ସବୁ ନମ୍ବରରୁ ଫୋନ ଆସିଥିଲା ସେସବୁ ବନ୍ଦ ଥିଲା । ଫଳରେ ପ୍ରମୋଦ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଗତକାଲି ନୋଏଡାରୁ ଅଭିଯୁକ୍ତ ହିମାଂଶୁକୁ ଗିରଫ କରିଛି ଇଓଡବ୍ଲ୍ୟୁ ।

Leave A Reply

Your email address will not be published.