ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଇ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କଳାକାର ଙ୍କୁ ସମ୍ବଦ୍ଧନା | କେନ୍ଦ୍ରାପଡ଼ାଜିଲ୍ଲା ମହାକାଳପଡ଼ା ବ୍ଲକ ଗୋଖାଖଟି ଗ୍ରାମରେ ସାଇ ଏଜୁ କେସନାଲ ଆଣ୍ଡ ଚାରିଟେବୁଲୁ ଟ୍ରଷ୍ଟ ଭୁବେନସ୍ବର । ର ମ୍ୟାନେଜିଙ୍ଗ ଟ୍ରଷ୍ଟ ସେକ୍ରେଟାରୀ ରାଜ କିଶୋର ପ୍ରଧାନ,ଙ୍କ ତତ୍ଵାବଧାନ ରେ ସମାଜ ସେବି ଶ୍ରିଯୁକ୍ତ କେସବ ମଳିକ ଙ୍କ ନେତୃତ୍ୱରେ ମହାକାଳପଡ଼ା ବ୍ଲକ ଗୋଖାଖଟି ଗ୍ରାମରେ ଜିଲ୍ଲା ସ୍ତରୀୟ କଳାକାର ଶିକ୍ଷା ପ୍ରତିଭା ସଂମାନ 2023 ର ଉଦଘାଟନୀ ଉଛବ ପାଳିତ ହୋଇଯାଇଛି ।
ଆଜି ମୁଖ୍ୟ ଅତିଥି କେଦାର ନାଥ ସ୍ବାଇଁ, ମୁଖ୍ୟ ବକ୍ତା ନିରଞ୍ଜନ ପରିଡା, ସଂମ୍ମାନିତ ଅତିଥି ବୌରାଗି ଖଣ୍ଡୁଆ, ପ୍ରଭାତ ଚନ୍ଦ୍ର ସ୍ୱଇଁ, ମୁଖ୍ୟ ପରିଚାଳକ କେଶବ ମଲ୍ଲିକ, ସାଇ ଏଜୁ କେସ ନାଲ ଚାରି ଟେବୁଲୁ ଟ୍ରଷ୍ଟ ର ମେମ୍ବର ଅଫ କୋଡିନେଟର ସୁପ୍ରଭା ମଲ୍ଲିକ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳ ପଡା ଗୋଖାଖଟି ଗ୍ରାମ ରେ ସତାଧିକ କଳାକାର ମାନଙ୍କୁ ନେଇ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମହାକାଳ ପଡ଼ା ର ବିଭିନ୍ନ ଅଞ୍ଚଳର ସତାଧିକ କଳାକାର ମାନେ ଯୋଗଦେଇଥିଲେ । ଏହି ଉଛବରେ ଟ୍ରଷ୍ଟ ତରଫରୁ ନିମନ୍ତ୍ରିତ ହୋଇଥିବା କଳାକାର ମାନଙ୍କୁ ସମ୍ବର୍ଧିତ କରାଜାଇ ଥିବା ସଭାରେ ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ କୁମାର ସାହୁ ଓ ସଂଗ୍ରାମ କିଶୋର ପଟନାୟକ ଙ୍କୁ ମଧ୍ୟ ଅତିଥି ଭାବରେ ନିମନ୍ତ୍ରିତ କରାଜାଇ ଉତ୍ତରୀୟ ଓ ମାନପତ୍ର ଦେବା ସହ ସମ୍ବନ୍ଧିତ କରାଯାଇଥିଲା ଶେଷରେ ସୁପ୍ରଭା ମଲିକ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ