ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମେଡିକାଲ ବେଡ଼ ରେ ଶୋଇଛି ରୋଗୀ, ରୋଗୀ ଜଗିଛି ବିଷଧର ସାପ | ଗଭୀର ନଦୀ ରେ ପଶି ଧରୁଥିଲେ କଙ୍କଡା, ହେଲେ ନଦୀ କୂଳ ରେ ନାଲିଆ ଗଛ ମୂଳେ କଙ୍କଡା ଖାଇବାକୁ ଛକି ବସିଥିଲା ବିଷଧର ସାପ | କଙ୍କଡା ପରିବର୍ତ୍ତେ କଙ୍କଡା ଧରାଳି କୁ ମାରିଲା ଚୋଟ | ପରେ ଚୋଟ ବିଷଧର ସାପ, ହେଲେ ସାପ ଚୋଟ ମାରିଲା ପରେ ମଧ୍ୟ ସାହାସ ଜୁଟାଇ ବିଷଧର ସାପ ଟିକୁ ଧରି ନିଜ କଙ୍କଡା ବ୍ୟାଗ ରେ ଭରି ଭଲ ଭାବ ରେ ବନ୍ଦ କରି ନଦୀ ରୁ ଉପରୁକୁ ଉଠି ଆସିବା ପରେ ଯୁବକ ର ଶରୀର ଦୁର୍ବଳ ଲାଗିବା ସହିତ ମୁଣ୍ଡ ଓ ସାପ କାମୁଡିଥିବା ଗୋଡ଼ ବିନ୍ଧି ବାକୁ ଲାଗିଲା |
ଘରକୁ ଆସିବା ପାଇଁ ଚେଷ୍ଟା କଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା | ନଦୀ କୂଳ ରେ ଆଚେତ ହୋଇ ପଡ଼ିଥିବା ଯୁବକ କୁ ଦେଖି ସ୍ଥାନୀୟ ଅଂଚଳ ର କିଛି ଘାସ କଟାଳି ଯୁବକ କୁ ରାସ୍ତା ପାର୍ଶ୍ଵ କୁ ଆଣି ଏକ ବରଗଛ ମୂଳେ ଶୁଆଇ ଛାଡି ଚାଲି ଯାଇଥିଲେ | ପାରାଦ୍ୱୀପ ଯିବାକୁ ନଦୀ କୂଳ ରେ ଫେରି ଘାଟ କୁ ଅପେକ୍ଷା କରିଥିବା ପବିତ୍ର କୁମାର ବେହେରା ଏ ଖବର ଶୁଣି ଆମ୍ବୁଲାନ୍ସ କୁ ଫୋନ କରି ସାଙ୍ଗେ ସାଙ୍ଗେ ସ୍ଥାନୀୟ ମହାକାଳପଡ଼ା ମେଡିକାଲ କୁ ସାପ ସହ ଗୁରୁତ୍ତର ରୋଗୀ କୁ ଚିକିତ୍ସା ନିମନ୍ତେ ନେଇଥିଲେ| ହେଲେ ସାପ କାମୁଡି ଥିବା ବ୍ୟକ୍ତିର ଶରୀର ଗୁରୁତ୍ତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିବା ସୂଚନା ମିଳିଛି|
ଖବର ପାଇ ମହାକାଳପଡ଼ା ବନ ବିଭାଗ ପହଁଚି ସାପ ଟିକୁ ଉଧାର କରି ସ୍ତାନୀୟ ସରାକ୍ଷିତ ଜଙ୍ଗଲ ରେ ଛାଡ଼ିଥିବା ବନ ବିଭାଗ ପକ୍ଷ ରୁ ସୂଚନା ମିଳିଛି | ସାପ କାମୁଡି ଗୁରୁତ୍ତର ଆହତ ହୋଇ ଥିବା ବ୍ୟକ୍ତି ଜଗଦୀଶ ମଲ୍ଲିକ | କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ପଂଚାୟତ ର ଲୁଣି ମାଠିଆ ଗାଁ ର ବୋଲି ସୂଚନା ମିଳିଛି |