ବହୁବିଧ ସମସ୍ୟାର ପ୍ରତିକାର ନେଇ କଟକ ନଗର ବିଜେପି ପକ୍ଷରୁ ଜିଲ୍ଳାପାଳଙ୍କୁ ଦାବିପତ୍ର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆଜି କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନିର୍ଦେଶ କ୍ରମେ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟକର୍ତା ମାନେ କଟକ ନଗରର ବହୁବିଧ ସମସ୍ୟାର ପ୍ରତିକାର ପାଇଁ ଦାବୀ ସମ୍ବଳିତ ଏକ ସ୍ମାରକ ପତ୍ର କଟକ ଜିଲ୍ଳାପାଳ ମହୋଦୟଙ୍କୁ ଦେଇଥିଲେ।  ଦାବୀ ଗୁଡିକ ଥିଲା,କଟକ ମହାନଗର ନିଗମ ଦ୍ୱାରା ପ୍ରତି ବର୍ଷ ବର୍ଷା ଦିନ ଆଗରୁ କଟକର ସମସ୍ତ ନାଳ ଗୁଡିକ ସଫାକରିବା ଓ ମୁକୁଳା ନାଳରେ ସ୍ଲାପ୍ ପଡ଼ିବା, ବର୍ଷା ଦିନ ସରିବାକୁ ବସିଲାଣି ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ଯାହା କାରଣରୁ ବର୍ଷା ପାଣି ଜମି ରହିବାରୁ ଲୋକ ନାଳରେ ପଡ଼ି ଅନେକ ମୃତାହତ ହେଲେଣି . ଗତ ଦୁଇଦିନ ତଳେ ଝୋଲା ସାହିରେ ପୁଣି ଜଣେ ଲୋକ ନାଳରେ ପଡ଼ି ପ୍ରାଣ ହରାଇଛି, ଏଣୁ ସମସ୍ତ ନାଳକୁ ସ୍ଲାପ ଦ୍ୱାରା ବନ୍ଦ କରିବାକୁ ଦାବୀ ରଖିଥିଲେ।

ସାହି ବସ୍ତି ସହରରେ ପିଇବା ପାଣି ର ସମସ୍ୟା ଅତି ଗମ୍ଭୀର ହୋଇଛି। ସମୟରେ ପାଣି ଆସୁନାହିଁ ତଥା କେତେ ବେଳେ ପାଣି ଆସୁଛି ତାର ନିର୍ଦ୍ଧିଷ୍ଟ ସମୟ ମଧ୍ୟ ରହୁନାହିଁ.ସେଥିପାଇଁ ଘରେ ଘରେ ବିଶେଷ କରି ମହିଳା ମାନେ ଦୈନନ୍ଦିନ କାର୍ଯ୍ୟରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ନୂତନ ପାଇପ ଯୋଗେ ଜଳ ଯୋଗାଣ ପୂର୍ବଭଳି ସବୁବେଳେ ଚାଲୁ ରହିବା ଦାବୀ କରିଥିଲେ। ବହୁ ବିଳମ୍ବିତ ସମସ୍ୟା ଘେରା ଜାଇକା ଦ୍ୱାରା ବାରମ୍ବାର ରାସ୍ତା ଖୋଳା ଯିବାରୁ କଟକର ସମସ୍ତ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ଖାଲ ଗୁଡିକରେ ଗାଡ଼ି ମଟର ଓ ଲୋକେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି,ଏଥିପାଇଁ ଜାଇକା କାର୍ଯ୍ୟ ବର୍ଷା ଦିନ ପାଇଁ ସ୍ଥଗିତ ରଖି ରାସ୍ତା ସୁଧାରିବା ପାଇଁ ଦାବୀ ରଖିଥିଲେ।

ସାହି ବସ୍ତିରେ ବିଛା ଯାଉଥିବା ରାସ୍ତା ଗୁଡିକରେ ଟାଇଲ ନ ବିଛାଇ ଢ଼ଳେଇ ରୋଡ କରାଯାଉ କାରଣ ଦୁଇ ତିନି ମାସ ଭିତରେ ରାସ୍ତାରୁ ଟାଇଲ ଉଠି ବଡ ବଡ ଖାଲ ହୋଇ ଯାତାୟାତରେ ବହୁ ବାଧା ସୃଷ୍ଟି ହେଉଥିବାରୁ ପୁନଃ ଢ଼ଳେଇ ରାସ୍ତା ତିଆରି ପାଇଁ ଦାବୀ କରିଥିଲେ। ନାଳ ମାନଙ୍କରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଙ୍କଉଦ୍ଧାର ହୋଇନାହିଁ କି ମଶା ତେଲ ଆଉ ପଡୁ ନାହିଁ ଏଵେ ଡେଙ୍ଗୁ ମେଲେରିଆ ବ୍ୟାପିବାର ବହୁ ଆଶଙ୍କା ଥିବାରୁ ପ୍ରତିକାର ନିମନ୍ତେ ଦାବୀ କରିଥିଲେ। ଆଗକୁ ବର୍ଷା ବଢିବାର ସମ୍ଭାବନା ଅଛି ବର୍ଷା ପାଣି ନିଷ୍କାସନ ପାଇଁ ପମ୍ପ ଗୁଡ଼ିକୁ ପାଣି ଜମୁଥିବା ସ୍ଥାନରେ ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯିବା ତଥା ଅନେକ ଜାଗାରେ ଷ୍ଟ୍ରିଟ ଲାଇଟ୍ ରାତିରେ ଜଳୁ ନାହିଁ, କିନ୍ତୁ ଦିନରେ ଜଳିବା ଆଦି ଦାବୀ ସବୁର ସମାଧାନ ତୁରନ୍ତ କରିବାକୁ ଭାଜପା ମହିଳା ମୋର୍ଚ୍ଚା,କଟକ ନଗରକାର୍ଯ୍ୟକର୍ତ୍ତା ମାନେ ଦାବୀ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ,କାଠଯୋଡ଼ି ମଣ୍ଡଳ ସଭାପତି ରତନ ମହାନ୍ତି,ବାରବାଟି ମଣ୍ଡଳ ସଭାପତି ନମିତା ମିଶ୍ର, ଅମ୍ବିକା ଦାସ,ୱାଇ ୱାଣି, କଲ୍ୟାଣୀ ମହଲା,ବିଷ୍ନୁପ୍ରିୟା ବେହେରା, ସାଗରୀକା ମୁଦୁଲି,ପ୍ରତିମା ସ୍ୱାଇଁ, ସତ୍ୟଭାମା ଘଡେଇ, ଅଳକା ମହାନ୍ତି, ସୁଚିତ୍ରା ସେନାପତି,କଳ୍ପନା ବେହେରା, ୱାଇ ରେବତୀ, ପି ଶ୍ୟାମଳା,ୱାଇ ସରସ୍ବତୀ,କେ ପୂଜା, କୃଷ୍ଣଚନ୍ଦ୍ର ମହାପାତ୍ର, ସୁବାଷ ମହାନ୍ତି ଓ ଶରତ ଭୋଳ ପ୍ରମୁଖ।

Leave A Reply

Your email address will not be published.