ଅଗ୍ନିକାଣ୍ଡ ଘଟି ଜଳିଗଲା ୩ବଖରା ଘର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଅପସର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ବଖରା ଘର ଦୁଇଟି ପରିବାର ସର୍ବସ୍ୱାନ୍ତ | କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ ଅପସର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ତିନି ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ଟା ବେଳେ ଗ୍ରାମର ବଳରାମ ସା ଙ୍କ ଘରେ ଅକସ୍ମାତ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ତାଙ୍କର ଦୁଇ ବଖରା ଓ ଲଷ୍ମୀପ୍ରିୟା ସା ଙ୍କ ଗୋଟିଏ ବଖରା ଚାଳଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗ୍ରାମବାସୀ ମାନେ ପାଣି ପକାଇ ନିଆଁ କୁ ଆୟତ୍ତ କରିଥିବା ବେଳେ ନିଆଁ କୁ ବ୍ୟାପିବାକୁ ଦେଇ ନଥିଲେ। ପରେ ହାଟଡ଼ିହି ଓ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଁଚି ନିଆଁ କୁ ସମ୍ପୁର୍ଣ୍ଣ ଲିଭାଇବାରେ ଲାଗିଛନ୍ତି।

ଏହି ଅଗ୍ନିକାଣ୍ଡ ରେ ବଳରାମ ଓ ଲଷ୍ମୀପ୍ରିୟା ସା ଙ୍କ ଘରେ ଥିବା ସମସ୍ତ ଧାନ, ଚାଉଳ ସମେତ ଅନେକ ସୁନା ରୁପା ଗହଣା ଓ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ର ସଭାପତି ତଥା ଯୁବ ବିଜେଡି ନେତା ଇଂ ବିଶ୍ୱନାଥ ପ୍ରତାପ ଜେନା ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସହାୟତା ର ହାତ ବଢ଼ାଇ ଛନ୍ତି। ପ୍ରଶାସନ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।

Comments are closed.