ନଦୀ ରେ ବୁଲୁଛି ବିଶାଳକାୟ କୁମ୍ଭୀର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ନଦୀ ରେ ବୁଲୁଛି ବିଶାଳକାୟ କୁମ୍ଭୀର । ଯାହାକୁ ନେଇ ଆତଙ୍କିତ ଅଛନ୍ତି ଅଞ୍ଚଳବାସୀ । ଭୟରେ ନଦୀ କୁ ଯାଉ ନାହାଁନ୍ତି ଲୋକେ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କୁଣ୍ଡୁଳି ଗ୍ରାମର ଡୁବଡୁବି ନଦୀରେ ଦେଖିବାକୁ ମିଳିଛି ବିଶାଳକାୟ କୁମ୍ଭୀର । ନଦୀଟି କଷାଫଳ ନିକଟରେ ସମୁଦ୍ରରେ ମିଶିଥିବାରୁ ଭାସି ଆସିଥିବା ଅନୁମାନ କରାଯାଉଛି ।

ରିପୋର୍ଟ ଅନୁସାରେ ଗତକାଲି, କିଛି ଲୋକ ମାଛ ମାରିବାକୁ ଯାଇଥିବା ବେଳେ କୁମ୍ଭୀରଟି ପାଣିରେ ଭାସୁଥିବା ଦେଖିଥିଲେ । ଲୋକମାନେ ଭୟରେ ପାଟି କରିବାରୁ କୁମ୍ଭୀର ଟି ପଳାଇ ଯାଇ ଥିଲା । ପୂର୍ବରୁ ଏହି ନଦୀରେ କେବେବି କୁମ୍ଭୀର ଦେଖିବାକୁ ମିଳିନଥିଲା । ତେଣୁ ହଠାତ୍ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଲୋକେ । ଏଇ ନଦୀ ଉପରେ ପାଖାପାଖି ଅଞ୍ଚଳର ୭୦ ପ୍ରତିଶତ ଲୋକେ ମାଛମାରୀ ଜୀବିକା ନିର୍ବାହ କରିଥାନ୍ତି ।

କିନ୍ତୁ କୁମ୍ଭୀରକୁ ଦେଖିବା ପରେ ଭୟରେ ମାଛ ମାରିବା ପାଇଁ ଯାଉ ନାହାଁନ୍ତି ମସôଜୀବୀ । ପରେ ବନବିଭାଗ କୁ ଖବର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଲୋକେ କହୁଛନ୍ତି ।

Leave A Reply

Your email address will not be published.