ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱରରେ ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣର ମଦ ଜବତ।୩ ଗିରଫ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରେ ଆଜି ବାଲେଶ୍ୱର ଅବକାରୀ ବିଭାଗ ର ସ୍ୟାଟଲାଇଟ ୟୁନିଟ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ଦେଶି ଚୋରା ମଦ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
ତେବେ ସୂଚନା ମୁତାବକ, ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ବିପୁଳ ପରିମାଣ ର ପୋଚମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ଆଜି ଅପରାହ୍ନରେ ବାଲେଶ୍ୱର ଅବକାରୀ ବିଭାଗ ର ସ୍ୟାଟ ଲାଇଟ ୟୁନିଟ ପକ୍ଷରୁ ଲକ୍ଷସାଧବ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଖଇରା ବ୍ଲକ ର ଶ୍ରୀରାମ ଗ୍ରାମ ର କମଳା କାନ୍ତ ପରିଡା,ଅଚ୍ୟୁତପୁର ଗ୍ରାମ ର ରମେଶ ଚନ୍ଦ୍ର ସାହୁ ଓ ଡଗରପଡା ଗ୍ରାମ ଅନଲାମିଦ ଘରେ ଚଢ଼ାଉ କରିଥିଲେ |
ସେଠାରେ ୧୯୦ଲିଟର ଦେଶୀ ମଦ ସହିତ ୨୨ଶହ ଲିଟର ପୋଚ ଜବତ କରିଛି। ଏହା ସହ 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି।