ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳ ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ l ଓଡିଶା ଆନ୍ଧ୍ର ସୀମାନ୍ତ ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁମୁଡାପୁଟ ଓ କୋଡାପୁଟ ଜଙ୍ଗଲ ରୁ ଏସଓଜି ଯବାନ ମାନଙ୍କ ଦ୍ଵାରା ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ l
କୌଣସି ସୂତ୍ରରୁ ଖବର ପାଇଁ ଏସଓଜି ର ଗୋଟେ ଟିମ ଉକ୍ତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ କରିଥିଲା l ସର୍ଚ୍ଚ ଅପରେସନ ସମୟରେ ଜଙ୍ଗଲ ମଧ୍ୟରୁ ଗୋଟେ ପିସ୍ତଲ, ଅଫୁଟା ଗୁଳି,ଟିଫିନ ବୋମା, ରସ ପାତ୍ର, ଟିଫିନ ବୋମା ପାଇଁ ବ୍ୟବହାର ତାର,କୋଡେକ୍ସ ତାର,ବିସ୍ଫୋରଣକାରୀ ସାମଗ୍ରୀ ଜବତ କରାଯାଇଛି l
କିଛି ଦିନ ର ବ୍ୟବଧାନ ପରେ ମାଓବାଦୀ ମାନେ ପୁଣି ବଡ଼ ଧରଣର ଯୋଜନା କରିବା କୁ ଯାଉଥିବା ବେଳେ ଏସଓଜି ଯବାନ ମାନେ ଯୋଜନା କୁ ପଣ୍ଡ କରିଛି l ଏଥିରେ କୌଣସି ମାଓବାଦୀ ଙ୍କୁ ଗିରଫ କରାଯାଇନାହିଁ ବୋଲି ସୂଚନା ମିଳିଛି l ଏ ନେଇ କୋରାପୁଟ ଏସପି ଅଭିନବ ସୋନକର ସୂଚନା ଦେଇଛନ୍ତି l